ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳରେ ଜଣେ ୱେବ୍ ଚ୍ୟାନେଲ୍ ସାମ୍ବାଦିକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ମୁରଲୀଗୁଡ଼ା ଗାଁର ସିଏଚ୍ ନରେଶ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଆଜି ରାତିରେ ମୁରଲୀଗୁଡ଼ା ଗାଁ ନିକଟରେ ନରେଶଙ୍କ ସହ ଆଉ ଦୁଇ ଜଣ ସାମ୍ବାଦିକ ଏବଂ ଗାଁର ଦୁଇ ଜଣ ଯୁବକ କଥାବାର୍ତ୍ତା କରୁଥିଲେ।
ଏହି ସମୟରେ ମୋଟର ସାଇକଲରେ ୫ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ନରେଶଙ୍କୁ ଅତର୍କିତ ଭାବରେ ଖଣ୍ଡା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଜଣେ ଦୁର୍ବୃତ୍ତ ସାମ୍ବାଦିକଙ୍କ କାର୍କୁ ବଳ ପୂର୍ବକ ନେଇଯାଇଥିଲେ। ନରେଶଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ମୋଟୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ନରେଶଙ୍କ ମୃତ୍ୟୁ ହୋଇଛି। ହତ୍ୟାକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ନରେଶଙ୍କ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ଆକ୍ରମଣରେ ଆଉ କେତେକ ମଧ୍ୟ ଆହତ ହୋଇଥିବା କୁହାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/13/fshfshfhsfh-2025-07-13-03-07-12.jpg)