‘ଓଡ଼ିଶାରେ ବାଲ୍ୟ ବିବାହର ଅନ୍ତ’ ‌ୱେବ୍‌ନାର

ଭୁବନେଶ୍ବର : ଓଡ଼ିଶାରେ ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ସରକାର ବହୁମୁଖୀ କୌଶଳ ପ୍ରୟୋଗ କରୁଛନ୍ତି। ମହିଳା ଶିକ୍ଷା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ଓ ଜୀବନ ଜୀବିକାର ଅଭିବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଛି। ଫଳରେ ରାଜ୍ୟରେ ବାଲ୍ୟ ବିବାହ ବହୁ ପରିମାଣର ରୋକାଯାଇ ପାରିଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ‘ଓଡ଼ିଶାରେ ବାଲ୍ୟ ବିବାହର ଅନ୍ତ’ ଶୀର୍ଷକ ୱେବନାର୍‌ରେ ସେ ଅଧ୍ୟକ୍ଷତା କରି ଏହା କହିଛନ୍ତି। ୨୦୩୦ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ବାଲ୍ୟବିବାହରୁ ମକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ କୌଶଳ ଓ ପଦକ୍ଷେପ ଉପରେ ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି ବିଭାଗ, ୟୁନିସେଫ ଓ ୟୁନାଇଟେଡ୍‌ ନେସନ୍‌ସ ପପୁଲେସନ ଫଣ୍ଡ ସହଯୋଗରେ ଏହି ୱେବ୍‌ନାର ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରୁ ୭୦୦ରୁ ଅଧିକ ସଦସ୍ୟ ଅଂଶଗ୍ରହଣ କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ବାଲ୍ୟ ବିବାହ ନିରୋଧ ନିମନ୍ତେ ବିଭିନ୍ନ କାର୍ଯ୍ୟ ଖସଡ଼ା ଉପରେ ଗୁରୁତ୍ବାରୋପ କରିଥିଲେ।

ୟୁଏନଏଫ୍‌ପିଏ ପ୍ରତିନିଧି ମିସ୍‌ ଆର୍ଜେଣ୍ଟିନା ମାଟ୍‌ଭେଲ୍‌ ପିସିନ୍‌, ମିସନ ଶକ୍ତିର ନିର୍ଦେଶିକା ସୁଜାତା କାର୍ତିକେୟନ, ମାନବାଧିକାର ଆଇନଜ୍ଞ ସୁଶ୍ରୀ ଉଜ୍ଜ୍ବଳା, ସମାଜ କଲ୍ୟାଣର ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ଆଲୋଚନା କରିଥିଲେ। ୩୦ ଜିଲ୍ଲାର ଡିଏସଡବ୍ଲୁଓ ଓ ସିଏମ୍‌ପିଓମାନେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର