୭ରେ ଫିକ୍କି ମହିଳା ସଂଗଠନ ପକ୍ଷରୁ ବୈଦ୍ୟୁତିକ ଓ ଶକ୍ତି ଶିଳ୍ପରେ କ୍ୟାରିୟର ସୁଯୋଗ ସଂପର୍କିତ ୱେବିନାର୍

ଭୁବନେଶ୍ୱର : କରୋନା ମହାମାରୀ ଆମ ଅର୍ଥନୀତିକୁ ଏକ ବିରାଟ ଧକ୍କା ଦେଇଛି । ଏହାର ପ୍ରଭାବରେ ସାରା ବିଶ୍ୱରେ ବହୁ ଲୋକ କର୍ମସଂସ୍ଥାନ ହରାଉଛନ୍ତି । ଲକ୍ଷ ଲକ୍ଷ ପ୍ରବାସୀ ରୋଜଗାର ହରାଇ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ଏପରି ସ୍ଥିତିରେ ଏହି ପ୍ରବାସୀ ଓ ବେରୋଜଗାରଙ୍କୁ ନିଯୁକ୍ତି ସୁଯୋଗ ଦେଲେ କିପରି ହୁଅନ୍ତା ? କିପରି ହୁଅନ୍ତା ଯଦି ଆମେ ଏହି ବିଶାଳ ଶ୍ରମଶକ୍ତିକୁ ଆହୁରି ଦକ୍ଷ ଓ କୁଶଳୀ କରିପାରନ୍ତେ ?

ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ  ଫିକ୍କି ମହିଳା ସଂଗଠନ, ଭୁବନେଶ୍ୱର ଚାପ୍ଟର ପକ୍ଷରୁ  ଗ୍ରାମ ତରଙ୍ଗ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ  ସହଯୋଗିତାରେ କୋଭିଡ-୧୯ ପରବର୍ତ୍ତୀ କ୍ୟାରିୟର ସମ୍ଭାବନା ଓ ସୁଯୋଗ ସଂପର୍କରେ ପରାମର୍ଶ ଦେବା ପାଇଁ ଏକ ୱେବିନାର୍ ସିରିଜ ଆରମ୍ଭ କରାଯାଇଛି। ଏହି ୱେବିନାରଗୁଡ଼ିକରେ ଶିଳ୍ପଜଗତର ବିଶେଷଜ୍ଞମାନେ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିବା ସହ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଉଛନ୍ତି । ମୁଖ୍ୟତଃ ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ  ଅଭିଭାବକମାନଙ୍କୁ ଲକ୍ଷ୍ୟରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି କ୍ରମରେ ଷଷ୍ଠ ୱେବିନାର୍ ଆସନ୍ତାକାଲି ଅର୍ଥାତ ୦୭ ଜୁଲାଇ ୨୦୨୦, ମଙ୍ଗଳବାର ଅପରାହ୍ଣ ୪ଟାରୁ ୫.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ଇଲେକ୍ଟ୍ରିକାଲ୍ ଓ ଏନର୍ଜି  ଶିଳ୍ପରେ କ୍ୟାରିୟର ସୁଯୋଗ ସଂପର୍କରେ ଆଲୋଚନା ହେବ । ଏହି ୱେବିନାରରେ ବହୁରାଷ୍ଟ୍ରୀୟ କମ୍ପାନି ସ୍ନେଇ‌ଡର୍ ଇଲେକ୍ଟିକର ନିର୍ଦ୍ଦେଶକ ଅଭିମନ୍ୟୁ ସାହୁ  ଯୋଗ ଦେଇ ବୈଦୁତିକ ଓ ଶକ୍ତି  ଶିଳ୍ପର ପୂର୍ବ ଏବଂ ପରବର୍ତ୍ତୀ ଦୃଶ୍ୟପଟ୍ଟ ଉପରେ ଚର୍ଚ୍ଚା କରିବା ସହ କ୍ୟାରିୟର ସମ୍ଭାବନା ଉପରେ ଆଲୋକପାତ କରିବେ। ଗ୍ରାମ ତରଙ୍ଗର ୟୁଟ୍ୟୁବ୍ ପେଜରେ ଏହାର ଲାଇଭ୍ ଷ୍ଟ୍ରିମିଂହେବ। ଏହି ୟୁଟ୍ୟୁବ୍ ଲିଙ୍କ ( YouTube Link: https://rb.gy/bw8zfg) ମାଧ୍ୟମରେ ୱେବିନାର ସହ ସଂଯୁକ୍ତ ହୋଇ ହେବ।

ଏହା ମାଧ୍ୟମରେ କୋଭିଡ-୧୯ ପରର କ୍ୟାରିୟର ସମ୍ଭାବନା ଓ ସୁଯୋଗ ସଂପର୍କରେ ବିଭିନ୍ନ ଜରୁରୀ କଥା ଜାଣିବାକୁ ଛାତ୍ରଛାତ୍ରୀମାନଙ୍କୁ ଫିକ୍କି ମହିଳା ସଂଗଠନ, ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏହି କ୍ଷେତ୍ର ଉପରେ କ୍ୟାରିୟର ସଚେତନତା ସୃଷ୍ଟି କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଫିକ୍କି ମହିଳା ସଂଗଠନ ସହାୟକ ହୋଇପାରିବ ବୋଲି  ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ୦୭ ଜୁଲାଇ ୨୦୨୦, ମଙ୍ଗଳବାର  ଅପରାହ୍ଣ  ୪ଟାରେ  ୟୁଟ୍ୟୁବରେ ଗ୍ରାମ ତରଙ୍ଗ ପେଜ୍ ଖୋଲିବାକୁ ଭୁଲନ୍ତୁ ନାହିଁ।

ସମ୍ବନ୍ଧିତ ଖବର