ଭବାନୀପାଟଣା : ଚିରସ୍ଥାୟୀ ଗୋଷ୍ଠୀ ବିକାଶ ପାଇଁ ସରକାରୀ, ବେସରକାରୀ, କର୍ପୋରେଟ ସଂସ୍ଥା ତଥା ଆର୍ଥିକ ଅନୁଷ୍ଠାନ ମାନଙ୍କ ମିଳିତ ଉଦ୍ୟମର ଆବଶ୍ୟକ । ଗ୍ରାମାଞ୍ଚଳ ଗରିବ ପରିବାରର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକ ହେଉଥିବା ଜ୍ଞାନ, କୌଶଳ, ଦକ୍ଷତା, ଆର୍ଥିକ ସହାୟତା ତଥା ବଜାର ବ୍ୟବସ୍ଥା ଆବଶ୍ୟକ ସମୟରେ ସମନ୍ୱୟର ସହ ପ୍ରଦାନ କରାଗଲେ ଚିରସ୍ଥାୟୀ ବିକାଶ ସମ୍ଭବ ହୋଇପାରିବ ବୋଲି ମହାଶକ୍ତି ଫାଉଣ୍ଡେସନର ୧୬ତମ ବାର୍ଷିକ ସମ୍ମିଳନୀ ଉପଲକ୍ଷେ ଅନୁଷ୍ଠିତ ୱେବିନାରରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
ମହାଶକ୍ତି ଫାଉଣ୍ଡେସନର ୧୬ତମ ବାର୍ଷିକ ସମ୍ମିଳନୀ ଉପଲକ୍ଷେ ଅନୁଷ୍ଠିତ ୱେବିନାରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ନାବାର୍ଡର ପୂର୍ବ ସିଜିମ୍ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ବେଦାନ୍ତ ଓ ଏସିସିର ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟକ୍ରମ ମୁଖ୍ୟ ନୀଳାଦ୍ରି ଭୂଷଣ ପାଢି, ପ୍ରତ୍ୟୁଷ କୁମାର ପଣ୍ଡା, କଳାହାଣ୍ଡି ନାବାର୍ଡ ଡିଡିମ ମଳୟ କୁମାର ମେହେର, ସ୍ମାର୍ଟ୍ ପାୱାରର ସତ୍ୟ ଚୁବେ, ଦକ୍ଷତା ବିକାଶ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟକ୍ରମ ପରିଚାଳକ ରାଜେଶ ତ୍ରିପାଠୀ, ଫାର ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରମିଳା ସ୍ୱାଇଁ, କଳାହାଣ୍ଡି ଡିପିଏମୟୁର କୁମୁଦିନି ମିଶ୍ର ପ୍ରମୁଖ ଯୋଗ ଦେଇ ଚିରସ୍ଥାୟୀ ବିକାଶ ପାଇଁ ସ୍ବେଛାସେବୀ ଅନୁଷ୍ଠାନର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସଭାପତି ସନ୍ତୋଷ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯୁଗଳ କିଶୋର ପଟ୍ଟନାୟକ ଅନୁଷ୍ଠାନର କାର୍ଯ୍ୟ ଉପରେ ଉପସ୍ଥାପନ କରିଥିଲେ। ସମ୍ପାଦକ ଯୋଗାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।