ଭୁବନେଶ୍ବର: ପଵିତ୍ର ରଥଯାତ୍ରାରେ ଭକ୍ତର ମନ ଭିତରେ ଭକ୍ତିର ଲହରୀ ଖେଳେଇ ଦେଵାପାଇଁ ପ୍ରତିବର୍ଷ ରେଡ଼ିଓ ଚକଲେଟ୍ ଅନେକ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଏ। ଚଳିତବର୍ଷ କରୋନା ମହାମାରୀ ଫଳରେ ପୁରୀର ଵିଶ୍ଵପ୍ରସିଦ୍ଧ ଘୋଷଯାତ୍ରାରେ ଭକ୍ତମାନଙ୍କୁ ରଥ ଟାଣିଵାକୁ ଅଵା ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିଵାକୁ ବାରଣ କରାଯାଇଛି। ଭାଙ୍ଗି ପଡିଛି ଭକ୍ତଙ୍କ ମନ। ଭଙ୍ଗାମନରେ ଟିକିଏ ଭକ୍ତିରସ ଢାଳି ପୁଣି ମନକୁ ଯୋଡିଦେବା ପାଇଁ ରେଡ଼ିଓ ଚକଲେଟ୍ ଅଣ୍ଟା ଭିଡିଛି।
ଚଳିତମାସ ୧୫ ତାରିଖ ସଂଧ୍ୟା ୬ଟାରେ ଆୟୋଜନ କରୁଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦ୍ଭୁତ ଲୀଳକୁ ନେଇ ଏକ ଭକ୍ତିଭରା ଓ୍ଵେଵିନାର୍ "କାଳିଆର ଲୀଳା", ଯେଉଁଥିରେ ଉପସ୍ଥିତ ରହିବେ ସମ୍ଵାଦ ଗ୍ରୁପର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟ ରଂଜନ ପଟ୍ଟନାୟକ, ସମ୍ଵାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତର ମାଇଲ୍ ଷ୍ଟୋନ୍ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ।
/sambad/media/post_attachments/wp-content/uploads/2021/07/7afc65f2-a2e9-4ab1-91ce-41bb6d935f50-300x300.jpg)
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ଅଲୌକିକ ଲୀଳା ସମ୍ପର୍କରେ କିଛି ଭାଵପୂର୍ଣ୍ଣ କଥା କହିଵେ ଅଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ରଥ, ଶ୍ରୀଜଗନ୍ନାଥ ସଂସ୍କୃତି ଗଵେଷକ ଓ ସାରସ୍ୱତ ସାଧକ ଡ଼ଃ ଭାସ୍କର ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ଵିଶାରଦା ଶ୍ରୀମତୀ ଵିଜୟିନୀ ଶତପଥୀ, ଅଧ୍ୟାପିକା ଓ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ବିଦୁଷୀ ଡଃ କଲ୍ୟାଣୀ ନନ୍ଦି ଶତପଥୀ, ନେଉଳି ମଠ ମହନ୍ତ ଡ଼ଃ ରାମଚରଣ ଦାସ, ଅପ୍ରତିମ ସଂସ୍କୃତ ଓ ସଂସ୍କୃତି ବିଦ୍ଵାନ୍ ପ୍ରଫେସର୍ ହରେକୃଷ୍ଣ ଶତପଥୀ, ଅନନ୍ୟା ବାଣୀ ସାଧିକା ଶ୍ରୀମତୀ ପ୍ରିତୀନନ୍ଦା ରାଉତରାୟ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଖ୍ୟାପକ ପଦ୍ମଶ୍ରୀ ଡଃ ରଜତ କର, ଅଧ୍ୟାପକ ଡ଼ଃ ରଘୁନାଥ ପଣ୍ଡା, ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ଦର୍ଶନ ଗଵେଷକ ତଥା ଲୋକପ୍ରିୟ ଉପସ୍ଥାପକ ଶ୍ରୀ ଶରଣାରଵିନ୍ଦ ଓଝା , ସମ୍ମାନସ୍ପଦ ବ୍ୟକ୍ତିତ୍ବ ଶ୍ରୀଯୁକ୍ତ ପିତବାସ ରାଉତରାୟ, ବିଦୁଷୀ ପାଲା ଗାୟିକା ଜାନକୀ ଚମ୍ପତ୍ତି ଏବଂ ରେଡ଼ିଓ ଚକଲେଟ୍ ଆର୍ ଜେ ତଥା ସୁବାଗ୍ମୀ ନିରୋଦ ଆର୍ଯ୍ୟ ଏହି କାର୍ଯ୍ୟକ୍ରମରେ ସଂଚାଳକ ରହିବେ।
/sambad/media/post_attachments/wp-content/uploads/2021/07/923a7b69-8ad2-47ca-aedf-88e13b33bbbb-221x300.jpg)
ଏହାଛଡ଼ା ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମହାପ୍ରସାଦ କର, ଶ୍ରୀଚରଣ ମହାନ୍ତି, ସୌରଭ ନାୟକ, ପ୍ରଫୁଲ୍ଲ ଵେହେରା, ଅନ୍ତରା ଚକ୍ରଵର୍ତ୍ତୀ,ସୋହିନୀ ମିଶ୍ର, ଲୋପାମୁଦ୍ରା ଦାସ ଏବଂ ବର୍ଣ୍ଣାଳୀ ହୋତା କାଳିଆଙ୍କ ଅମୃତଝରା ପଦେ ଭକ୍ତିଗୀତ ପରିବେଷଣ କରି ହୃଦୟକୁ ଜଗନ୍ନାଥମୟ କରିଦେବେ। ଏ ଭକ୍ତିଭରା ଓ୍ଵେଵିନାର୍ରେ ଯୋଗ ଦେଵା ପାଇଁ ଜୁମ୍ ଆଇ.ଡି. ହେଲା ୬୨୪୩୦୮୮୯୯୮ ଏବଂ ପାସୱାର୍ଡ ରେଡିଓ ୧୦୪(radio104)। "କାଳିଆର ଲୀଳା" ଶୀର୍ଷକ ଭକ୍ତିପୁର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରତିଟି ଶ୍ରଦ୍ଧାଳୁ ସପରିଵାରେ ଯୋଗଦାନ କରିଵା ପାଇଁ ରେଡ଼ିଓ ଚକଲେଟ୍ ତରଫରୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/81955b9f-2a2e-45a0-80e9-4c02bbe8690b.jpg)