ୱେବ୍‌ସାଇଟ୍‌ ହ୍ୟାକିଂରେ ବିଦେଶୀ ହାତ

ଦୁଇ ବର୍ଷରେ ଥରେ ସିକ୍ୟୁରିିଟି ଅଡିଟ୍‌ ଜରୁରୀ

କଟକ : େଵବ୍‌ସାଇଟ୍‌ ହ୍ୟାକି˚ ହେବା ପଛରେ ଏବେ ବାଙ୍ଗଲାଦେଶୀ, ପାକିସ୍ତାନୀ ଏବ˚ ଫିଲିପାଇନ୍ସର ହ୍ୟାକର‌୍‌ଙ୍କ ସମ୍ପୃକ୍ତି ସିଧାସଳଖ ଓଡ଼ିଶା େଵବ୍‌ସାଇଟ୍‌ରେ ଥିବା ଜଣାପଡ଼ିଛି। ଗତ ଶନିବାର ଏକକାଳୀନ ୬୦ଟି େଵବ୍‌ସାଇଟ୍‌ ହ୍ୟାକ୍‌ ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଏନ୍‌ଆଇସି ନିୟମ ଉଲ୍ଲଙ୍ଘନ କରି ଘରୋଇ ସ˚ସ୍ଥା ଦ୍ବାରା ଅଳ୍ପ ଖର୍ଚ୍ଚରେ େଵବ୍‌ସାଇଟ୍‌ ତିଆରି ଏବ˚ ସିକ୍ୟୁରିଟି ଅଡିଟ୍‌କୁ ଅଣଦେଖା କରାଯାଉଥିବାରୁ ହ୍ୟାକର‌୍‌ ଗୋଷ୍ଠୀ ହ୍ୟାକି˚ କରିବାରେ ସଫଳ ହେଉଥିବା କୁହାଯାଉଛି।

ସୂଚନା ଅନୁସାରେ, କମ୍ପ୍ୟୁଟରରେ ପାଇରେଟେଡ ସଫ୍ଟଓୟାର, ଦୁର୍ବଳ ଆଣ୍ଟିଭାଇରସ୍‌, ସିକ୍ୟୁରିଟି ଅଡିଟ କରାଯାଉନଥିବାରୁ ଏହାର ଫାଇଦା ନେଉଛନ୍ତି ହ୍ୟାକର ଗୋଷ୍ଠୀ। େଵବ୍‌ସାଇଟ୍‌ରେ ଥିବା ମୂଲ୍ୟବାନ ତଥ୍ୟ ନଷ୍ଟ କରିଦେଉଛନ୍ତି। ସିକ୍ୟୁରିଟି ଅଡିଟ୍‌ ପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାରୁ ଅନେକ ଅନୁଷ୍ଠାନ ଅଡିଟ୍‌କୁ ଅଣଦେଖା କରୁଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ େଵବ୍‌ସାଇଟ୍‌ ଥିବା ଅନୁଷ୍ଠାନକୁ ଆଡ୍‌ଭାଇଜରି ଜାରି କରାଯାଇଥିଲେ ସୁଦ୍ଧା ତାହା ପାଳନ କରାଯାଉ ନାହିଁ। ଏଭଳି ସ୍ଥିତିରେ ହ୍ୟାକର‌୍‌ଙ୍କୁ ଠାବ କରିବାରେ କ୍ରାଇମ୍‌ବ୍ରାଞ୍ଚ ସଫଳ ହୋଇପାରୁ ନାହିଁ।
କେମିତି ରୋକାଯିବ ହ୍ୟାକି˚?

ସରକାରୀ ଅନୁଷ୍ଠାନ ପକ୍ଷରୁ େଵବ୍‌ସାଇଟ୍‌ ଖୋଲିବା ପାଇଁ ଏନ୍‌ଆଇସିରରେ ଆବେଦନ ପରେ େଵବସାଇଟ୍‌ ତିଆରି ଏବ˚ ସିକ୍ୟୁରିଟି ଅଡିଟ୍‌ ପାଇଁ ସର୍ବନିମ୍ନ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଏନ୍‌ଆଇସି େଵବ୍‌ସାଇଟ୍‌ ତିଆରି କରି ‘ଗୋଡାଡି’ ପକ୍ଷରୁ ଏଏସ୍‌ଏଲ୍‌ ସାର୍ଟିଫିକେଟ୍‌ପ୍ରାପ୍ତ ସର୍ଭରରେ େଵବ୍‌ସାଇଟ୍‌ ପାଇଁ ମୋମୋରୀ ଯୋଗାଇଦିଏ। ଏନ୍‌ଆଇସି ଦ୍ବାରା ଅନୁମୋଦିତ ସ˚ସ୍ଥା ସିକ୍ୟୁରିଟି ଅଡିଟ କଲା ପରେ ଏନ୍‌ଆଇସିର ସିକ୍ୟୁରିଟି ଗ୍ରୁପ ପୁଣି ଅଡିଟ୍‌ କରି େଵବ୍‌ସାଇଟ୍‌ ଚାଲୁ କରିବାକୁ ଅନୁମତି ଦେଇଥାଏ। ସରକାରୀ ଅନୁଷ୍ଠାନଗୁଡ଼ିକ ଏଭଳି ପ୍ରଣାଳୀରେ େଵବ୍‌ସାଇଟ୍‌ ପ୍ରସ୍ତୁତ କଲେ ହ୍ୟାକି˚ ହେବାର ଆଶଙ୍କା ନଥାଏ। କିନ୍ତୁ ଅଧିକା˚ଶ ସରକାରୀ ଓ ଘରୋଇ ଅନୁଷ୍ଠାନଗୁଡ଼ିକ ନିଜ େଵବ୍‌ସାଇଟ୍‌କୁ ଘରୋଇ ସ˚ସ୍ଥାଦ୍ବାରା ମାତ୍ର ୧୦ ହଜାର ଟଙ୍କାରେ ପ୍ରସ୍ତୁତ କରିଦେଉଛନ୍ତି। ଅଳ୍ପ ଖର୍ଚ୍ଚରେ ଘରୋଇ େଵବ୍‌ସାଇଟ୍‌ ଡେଭଲପର‌୍‌ ତିଆରି କରୁଥିବାରୁ ସିକ୍ୟୁରିଟି ଅଡିଟ୍‌ ଉପରେ ଆଦୌ ଗୁରୁତ୍ବ ଦିଆଯାଉନାହିଁ। ଯେଉଁ ସର୍ଭରରେ ଘରୋଇ ଡେଭଲପର‌୍‌ ମେମୋରୀ ଯୋଗାଇ ଦେଉଛନ୍ତି, ଉକ୍ତ ସର୍ଭର‌୍‌ରେ ଏଏସ୍‌ଏଲ୍‌ ସାର୍ଟିଫିକେଟ୍‌ ମଧ୍ୟ ନଥିବାରୁ େଵବ୍‌ସାଇଟ୍‌ଗୁଡ଼ିକ ହ୍ୟାକି˚ର ଶିକାର ହେଉଥିବା କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

୪ ବର୍ଷରେ ୬୯ ହ୍ୟାକି˚

୨୦୧୫ ଡିସେମ୍ବର ୨୯ରେ ଗଞ୍ଜାମ ଆର‌୍‌ଟିଓ େଵବ୍‌ସାଇଟ୍‌ ହ୍ୟାକ୍‌ କରାଯାଇଥିଲା। ସେହିପରି ୨୦୧୬ ଜାନୁଆରି ୧୫ ରେ ଓୟୁଏଟି େଵବ୍‌ସାଇଟ୍‌, ଏପ୍ରିଲ ୨୦ ରେ ଷ୍ଟାଫ୍‌ ସିଲେକ୍ସନ େଵବ୍‌ସାଇଟ୍‌, ମେ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟ େଵବ୍‌ସାଇଟ୍‌, ସେପ୍ଟେମ୍ବରରେ ରେଭେନ୍ସା ଆଲୁମିନି େଵବ୍‌ସାଇଟ୍‌ ଦୁଇଥର, ବାଙ୍କି ସ୍ବୟ˚ଶାସିତ କଲେଜର େଵବ୍‌ସାଇଟ୍‌ ଅକ୍ଟୋବର ୧୫ ରେ ହ୍ୟାକ୍‌ ହୋଇଥିଲା। ୨୦୧୭ ଡିସେମ୍ବର ୨୯ ରେ ଶିଶୁଭବନ େଵବ୍‌ସାଇଟ୍‌, ୨୦୧୮ ଅଗଷ୍ଟ ୧୫ ରେ ରାଜସ୍ବ ବିଭାଗର େଵବ୍‌ସାଇଟ୍‌, ଅଗଷ୍ଟ ୧୬ ରେ ଉତ୍କଳ ବିଶ୍ବବିଦ୍ୟାଳୟର ଫାର୍ମାସ୍ୟୁଟିକାଲ୍‌ ସାଇନ୍ସ ଡିପାର୍ଟମେଣ୍ଟର େଵବ୍‌ସାଇଟ୍‌ ହ୍ୟାକ ହୋଇଥିଲା। ଗତ ୨୩ ତାରିଖରେ ହ୍ୟାକର‌୍‌ ଗୋଷ୍ଠୀ ଗୋଟିଏ ଦିନରେ ୬୦ଟି ସରକାରୀ ଓ ଘରୋଇ ସ˚ସ୍ଥାର େଵବ୍‌ସାଇଟ୍‌ ହ୍ୟାକ୍‌ କରିଥିଲେ। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏସନ୍‌, ଦଇତାପତି ନିଯୋଗ ଅଫିସ, ସାଲେପୁର କଲେଜ, ହିନ୍ଦୋଳ କଲେଜ, ସରଣକୂଳ କଲେଜ, ରଣପୁର ଡିଗ୍ରୀ କଲେଜ ସମେତ ଘରୋଇ ଅନୁଷ୍ଠାନର େଵବ୍‌ସାଇଟ୍‌ ହ୍ୟାକି˚ ହୋଇଥିବା କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର