୨ ମାସ ମଧ୍ୟରେ ଶିଶୁଭବନ ସମସ୍ୟା ସମାଧାନ ହେବ: ସ୍ୱସ୍ଥ୍ୟମନ୍ତ୍ରୀ

କଟକ: ସଚିବାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଶିଶୁଭବନର ବିଭିନ୍ନ ସମସ୍ୟାକୁ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଶିଶୁଭବନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ବର୍ତ୍ତମାନ ଶିଶୁ ଭବନକୁ ଯେତିକି ପରିମାଣର ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି ସେହି ତୁଳନାରେ ଭିତ୍ତିଭୂମିର ଅଭାବ ରହିଛି। ଶିଶୁଭବନର ପରିମଳ ବ୍ୟବସ୍ଥା, ଅକାମୀ ହୋଇପଡିଥବା ଏସି ଓ ପଂଖା ଏବଂ ନିରାମୟ କେନ୍ଦ୍ରକୁ ଲୋକାଭିମୁଖୀ କରିବା ତଥା ବିଭିନ୍ନ ସମସ୍ୟାକୁ ଆସନ୍ତା ୨ ମାସ ମଧ୍ୟରେ ସାମାଧାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ପ୍ରତାପ ଜେନା।
ସେହିପରି ଖାଲିପଡିଥିବା ପାରାମେଡିକାଲ୍‌ , ନର୍ସ ଆଦି ପଦବୀଗୁଡିକୁ ୭ ଦିନ ମଧ୍ୟରେ ପୁରଣ କରିବାକୁ କୁହାଯାଇଛି । ଏହା ସହ କୌଣସି ରୋଗୀ କିମ୍ବା ତାଙ୍କୁ ନେଇ ଆସିଥିବା ତାଙ୍କର ପରିବାର ସଦସ୍ୟ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ଶିଶୁ ଭବନକୁ ଚିକିତ୍ସା ନିମନ୍ତେ ଆସୁଥିବା ଶିଶୁମାନଙ୍କର ଠିକ ଯତ୍ନ ନେବା ସହ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
ସମ୍ବନ୍ଧିତ ଖବର