କଟକ : ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓ ଓଡ଼ିଶା ପୁଲିସର ମିଳିତ ଉଦ୍ୟମରେ ଗତ ଏପ୍ରିଲ୍‌ ପହିଲାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନର ପ୍ରଥମ ଦିନ‌ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେ‌ଳେ ଦ୍ବିତୀୟ ଦିନ ଅର୍ଥାତ୍‌, ଏପ୍ରିଲ ୨ ତାରିଖରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟବ୍ୟାପୀ ଯାଞ୍ଚ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୃତକଙ୍କ ମଧ୍ୟରେ କେନ୍ଦୁଝର ଆର୍‌ଟିଓ ଅଧୀନରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୋରାପୁଟରେ ୧, ରାଇରଙ୍ଗପୁର ୧, ରାଉରକେଲା ୧ ଓ ଜଗତସିଂହପୁରରେ ଜଣଙ୍କର ମୃତ୍ୟୁ ହୋଇଛି।

Advertisment

ଦ୍ବିତୀୟ ଦିନରେ ମୋଟ ୪୯୬୯ଟି ଚାଲାଣ କଟାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ‌ମୋଟ ୧୨ଲକ୍ଷ ୭୩ ହଜାର ୭୭୫ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏଥି ସହିତ ୫୬୩ଟି ଡ୍ରାଇଭିଂ ଲାଇସେନସ୍‌ ବାତିଲ ପାଇଁ ସୁପାରିସ୍ କରାଯାଇଛି। ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ୭୫୨ଟି ଚାଲାଣ କଟାଯାଇଥିବା ବେଳେ ବିନା ‌ହେଲମେଟ୍‌ରେ ଗାଡ଼ି ଚାଳନା ପାଇଁ ୩୧୯୭ଟି ଚାଲାଣ, ସିଟ୍‌ ବେଲ୍‌ଟ ପିନ୍ଧି ନଥିବା କାରଣରୁ ୪୫୪ଟି, ଗାଡ଼ି ଚଳାଉଥିବା ବେଳେ ମୋବାଇଲ ଫୋନ୍‌ ବ୍ୟବହାର ପାଇଁ ୧୦୯, ମଦ୍ୟପ ଗାଡ଼ି ଚାଳନା ପାଇଁ ୩୫୪, ମାଲ୍‌ ପରିବହନ ଗାଡ଼ିରେ ଯାତ୍ରୀ ବୋହିବା ପାଇଁ ୩୫, ଓଭରଲୋଡ୍‌ ପାଇଁ ୩୬, ତିନିଜଣିଆ ଗାଡ଼ି ଚାଳନା ପାଇଁ ୨୦୪, ଭୁଲ୍‌ ରାସ୍ତାରେ ଗାଡ଼ି ଚାଳନା ପାଇଁ ୨୯, ଜୁଭେନାଇଲ୍‌ ଗାଡ଼ି ଚାଳନା ପାଇଁ ୧୯ଟି ଚାଲାଣ କଟିଛି। ଏଥିସହିତ ୧୦୭ଟି ଗାଡ଼ି ଜବତ କରାଯାଇଥିବା ସୂଚନା ଦିଆଯାଇଛି।