ବାରିପଦା : କୋଭିଡ୍-୧୯ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ଲକଡାଉନ(ଅନଲକ୍-୨)କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ କୋଭିଡ଼-୧୯ ପରିଚାଳନା ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଚଳିତ ଜୁଲାଇ ମାସଠାରୁ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନିଆ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଥିଲେ ଏବଂ ଚଳିତ ମାସ ଦ୍ୱିତୀୟ ସପ୍ତାହର ସଟଡାଉନ ଆଜି ଆରମ୍ଭ ହୋଇଛି ।
/sambad/media/post_attachments/wp-content/uploads/2020/07/baripada-1a-300x153.jpg)
ଏହି ସମୟରେ ଜିଲ୍ଲାର ସଦର ମହକୁମା ବାରିପଦାରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଥିଲା । ଅତିଜରୁରୀ କାର୍ଯ୍ୟ ଥିଲେ କାଁ ଭାଁ ଗାଡ଼ି ମୋଟର ଯାତାୟତ କରୁଥିଲେ ମଧ୍ୟ ସହରର ପ୍ରତ୍ୟେକ ଛକରେ ପୁଲିସ ଅଟକାଇ ସେମାନଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲୁଥିବାର ଦେଖିବାକୁ ମିଳିଥିଲା। ବାରିପଦା ସହର ପୁଲିସ ଛାଉଣୀରେ ପରିଣତ ହୋଇଯାଇଥିଲା। ଏଥିସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି ପରମାରଙ୍କଠାରୁ ଆରମ୍ଭ କରି ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ପର୍ଯ୍ୟନ୍ତ ସମସ୍ତେ ସହରରେ ପଇଁତରା ମାରି ସ୍ଥିତାବସ୍ଥାକୁ ଅନୁଧ୍ୟାନ କରିଥିଲେ । ସେହିପରି ପୁଲିସର ପିସିଆର ଓ ମୋବାଇଲ ଭ୍ୟାନ ସାଇରନ ବଜାଇ ସହରରେ ଚକ୍କର କାଟୁଥିବା ବେଳେ ସିସି ଟିଭି କ୍ୟାମେରା ଲାଗିଥିବା ପିସିଆର ଭ୍ୟାନ ସହରରେ ସଟ୍ଡାଉନ ନିୟମ ଭଙ୍ଗକାରୀମାନଙ୍କ ଉପରେ କଡ଼ା ନଜର ରଖିଥିଲା ।
/sambad/media/post_attachments/wp-content/uploads/2020/07/baripada-6-300x158.jpg)
ସପ୍ତାହାନ୍ତ ସଟ୍ଡାଉନ-୨କୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି. ପରମାର ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୂର୍ବରୁ ଆମେ ସୋସାଇଟିର ସମସ୍ତ ବର୍ଗର ଜନସାଧାରଣଙ୍କୁ ସହଯୋଗ ନିମନ୍ତେ ଅପିଲ କରିଥିଲୁ ଏବଂ ଜନସାଧାରଣ ମଧ୍ୟ ସହଯୋଗ କରିଛନ୍ତି ମଧ୍ୟ । ଆଜିର ପରିସ୍ଥିତିକୁ ଆପଣମାନେ ଦେଖିପାରୁ ଥିବେ ନିଶ୍ଚୟ । କେବଳ ଜରୁରୀ କାର୍ଯ୍ୟ ନଥିଲେ କୌଣସି ବ୍ୟକ୍ତି ବାହାରକୁ ବାହାରି ନାହାନ୍ତି । ଆମେ ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ସେମାନଙ୍କୁ ସମସ୍ୟାକୁ ବୁଝି ଛାଡ଼ି ଦେଇଛୁ । ଏହା କେବଳ ବାରିପଦା ସହରରେ ନୁହେଁ ମୟୂରଭଞ୍ଜର ସମସ୍ତ ଅଞ୍ଚଳରେ ସବୁଠାରେ ଏହି ସପ୍ତାହାନ୍ତ ସଟ୍ଡ଼ାଉନ ଜାରି ରହିଛି। କୋଭିଡ୍-୧୯ର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାବାସୀ ଆଗକୁ ମଧ୍ୟ ସହଯୋଗ ହାତ ବଢ଼ାଇ ଆଗେଇ ଆସିବେ ବୋଲି ଆଶା ରଖିଛନ୍ତି ବୋଲି ଏସପି ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2020/07/baripada-7-300x161.jpg)
ସଟ୍ଡାଉନ ସମୟରେ କେବଳ ମେଡିକାଲ ପ୍ରତିଷ୍ଠାନ ଓ ହସ୍ପିଟାଲ, କ୍ଲିନିକ୍, ନର୍ସିଂହୋମ, ମେଡିସିନ ଷ୍ଟୋର, ଆମ୍ବୁଲାନ୍ସ ସେବା, ଜିଲ୍ଲା ଓ ମୁନିସିପାଲିଟି ପ୍ରଶାସନ, ପୁଲିସ, ଅଗ୍ନିଶମ ସେବା, କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ / କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ ପମ୍ପ, ଜଳ ଯୋଗାଣ, ପରିମଳ ଓ ସ୍ୱେରେଜ୍ କାର୍ଯ୍ୟ, ବିଦ୍ୟୁତ୍ ଶକ୍ତି ଯୋଗାଣ ଓ ବିତରଣ, ଅତ୍ୟାବଶକୀୟ ଜିନିଷ ଯୋଗାଣ ପରିବହନ, ଶିଳ୍ପ ପ୍ରତିଷ୍ଠାନ, କଳ କାରଖାନା, କୃଷି ଓ ଉଦ୍ୟାନ କୃଷି,ଧାନମଣ୍ଡି କେନ୍ଦ୍ର, ମତ୍ସ୍ୟ, ପ୍ରାଣୀ ସମ୍ପଦ ଏବଂ ସେବା କ୍ଷେତ୍ର ଶିଳ୍ପ, ଆଇଟି / ଆଇଟି ଇ ସେବା, ହୋଟେଲ୍, ହସ୍ପିଟାଲିଟି ୟୁନିଟି ଓ ତତ୍ସଂଲଗ୍ନ କାର୍ଯ୍ୟାଳୟରେ ନିୟୋଜିତ କର୍ମଚାରୀ, ଜାତୀୟ / ରାଜ୍ୟ ସଡକ ପରିବହନ ପାଇଁ ଟ୍ରାନଜିଟ୍ ଯାନବାହାନ ଚଳାଚଳ, ସର୍ବସାଧାରଣ ଯାତ୍ରୀବାହୀ ବସ୍, ରେଳ ପରିବହନ, ଘରୋଇ ବସ୍, ଟ୍ୟାକ୍ସି, ଅଟୋରିକ୍ସା ଆଦି ଯାନବାହାନ ଯାତ୍ରୀ ନେବା ଆଣିବା ସେବା, ରେଳ ଷ୍ଟେସନ ଓ ବସ୍ ଟରମିନାଲ୍ ସେବା କ୍ଷେତ୍ରରେ ନିୟୋଜିତ ଅଧିକାରୀ/ କର୍ମଚାରୀ, ଗ୍ରୋସାରୀ ସାମଗ୍ରୀ ଓ ପନିପରିବା, କ୍ଷୀର ଦୋକାନ (ମିଲ୍କ ବୁଥ୍) ଆଦି ଅତ୍ୟାବଶକୀୟ ଜିନିଷ, ଘରୋଇ ରେଷ୍ଟୁରାଣ୍ଟ, ଜାତୀୟ / ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡକ ପଥ କଡରେ ଥିବା ଢାବା ଏବଂ ଖବର କାଗଜ ବିତରଣ (ହକର) ଆଦି କ୍ଷେତ୍ରରେ ହୋମ ଡେଲିଭରୀ ସେବା କାର୍ଯ୍ୟ କ୍ଷେତ୍ରଗୁଡିକୁ ବାଦ ରଖାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/baripada-2.jpg)