ସପ୍ତାହାନ୍ତ ସଟଡାଉନରେ ଦୋକାନ ଖୋଲିବା ମହଙ୍ଗା ପଡ଼ିଲା: ମାଛ, ମାଂସ ଫିଙ୍ଗିଲେ ଓ ଦୋକାନ ସିଲ୍ କଲେ ଏନଫୋର୍ସମେଣ୍ଟ ଟିମ

ରାଉରକେଲା : ଗତକାଲିଠୁ ଆରମ୍ଭ ହୋଇଛି ସପ୍ତାହାନ୍ତ ସଟଡାଉନl ଆଜି ଦ୍ବିତୀୟ ଦିନରେ ଡେଲି ମାର୍କେଟ, ଟ୍ରାଫିକ ଗେଟରେ କିଛି ବ୍ୟବସାୟୀ ମାଂସ ଓ ମାଛ ଦୋକାନ ଖୋଲି ଥିବା ସୂଚନା ପାଇ ଆରଏମସି ଓ ପୁଲିସ ଏନଫୋର୍ସମେଣ୍ଟ ଟିମ ଚଢ଼ଉ କରିଥିଲା l ପ୍ରାୟ ଦୁଇ କୁଇଣ୍ଟାଲ ମାଛ ସହ ମାଂସକୁ ଆରଏମସି ଟିମ ପକ୍ଷରୁ ଫିଙ୍ଗି ଦିଆ ଯାଇଥିଲା l

ଟ୍ରାଫିକ ଗେଟରେ ଦୁଇଟି ଓ ଡେଲି ମାର୍କେଟରେ ଚାରିଟି ଦୋକାନକୁ ସିଲ କରିବା ସହ ଜରିମାନା ଆଦାୟ କରିଥିଲେl ଟିମ ପକ୍ଷରୁ ଅନ୍ୟ ମାର୍କେଟରେ ଚଢ଼ଉ ଜାରି ରହିଛି।

ସମ୍ବନ୍ଧିତ ଖବର