ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣ ଲାଗି ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ରାଉରକେଲା ମହାନଗର ନିଗମ ଅଂଚଳରେ ଅଗଷ୍ଟ ମାସରେ ପ୍ରତି ସପ୍ତାହର ଶେଷ ଦୁଇ ଦିନ (ଶନିବାର ଓ ରବିବାର) ସଟଡାଉନ ରହିବ । ସଟଡାଉନ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକଳାପ ବନ୍ଦ ରହିବ ।
Weekend shutdown has been extended in Kendrapara till August 31st. We request everyone to cooperate in this fight against Corona virus.
— Collector Kendrapara🇮🇳 (@dmkendrapara) July 31, 2020
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବ୍ୟତୀତ କିଛି ଜିଲ୍ଲା ପ୍ରଶାସନ ମଧ୍ୟ ଅଗଷ୍ଟମାସରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି । କେନ୍ଦୁଝର, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ୱର ଓ ମୟୂରଭଂଜରେ ମଧ୍ୟ ସାପ୍ତାହିକ ସଟଡାଉନ ରହିବ । ମୟୂରଭଂଜରେ ପ୍ରଥମ ସାପ୍ତାହିକ ସଟଡାଉନ ଅଗଷ୍ଟ ୧ ଓ ୨ ତାରିଖରେ ହେବ । ଏହି ସମୟରେ ଦୋକାନ ଗୁଡ଼ିକ ଦିନ ୧ଟା ଯାଏଁ ଖୋଲିବ । ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହେବ ।
Weekend shutdown is extended in Keonjhar District until further orders. Citizens are requested to please cooperate.
— District Administration,Keonjhar (@DistAdmKeonjhar) July 31, 2020
କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଶାସନର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ଏହି ସମୟରେ ସାଧାରଣ ଲୋକେ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଅପିଲ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ମଧ୍ୟ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି ।
Weekend shutdown has been extended till 31st August in Mayurbhanj district.
In the first weekend, i.e., on 1st August and 2nd August, shops will remain open till 1 PM.
Night curfew timings remain the same, i.e., 7 PM to 5 AM.
— DISTRICT ADMN., MAYURBHANJ (@DM_Mayurbhanj) July 31, 2020
ଅନ୍ୟପଟେ ପୁରୀରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଟଡାଉନ ହେବ । ଜିଲ୍ଲାକୁ ଏବେ ବାହାର ଲୋକଙ୍କର ପ୍ରବେଶ ନେଇ କଟକଣା ରହିଛି । କୋଣାର୍କ ମନ୍ଦିରକୁ ଅଗଷ୍ଟ ୩୧ ଯାଏଁ ବନ୍ଦ ରଖାଯାଇଛି ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ।