ଝାରସୁଗୁଡ଼ା : କରୋନା ମୁକାବିଲା ପାଇଁ ଝାରସୁଗୁଡାରେ ସାପ୍ତାହିକ ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲାରେ ଥିବା ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ । କୋଭିଡ୍ ସଂକ୍ରମଣକୁ ରୋକିବା ଲାଗି ୩ ସପ୍ତାହ ଯାଏଁ ହାଟ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ ।
ଦୈନିକ ହାଟରେ ମିଳୁଥିବା ପନିପରିବା ଓ ଆମିଷ ବିକ୍ରି ଲାଗି ହାଟ ବାହାରେ ଖୋଲାସ୍ଥାନରେ ବ୍ୟବସ୍ଥା ହେବ । କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆଜି ଜିଲ୍ଲାରେ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ଆଗୁଆ ପଦକ୍ଷେପ ନେଇଛି ପ୍ରଶାସନ।
There will be no weekly hat in our district for coming three weeks. Daily markets at different locations dealing in vegetables and non-vegetarian food items will be dispersed over multiple locations. Requested to co-operate in furthering our fight against resurgence of COVID.
— DM_Jharsuguda (@dm_jharsuguda) April 2, 2021
ଆଜି ରାଜ୍ୟରେ ସର୍ବାଧିକ ୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୨ ହଜାର ୫୮୬ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି।