ବେଦାନ୍ତ ଲାଞ୍ଜିଗଡ ତରଫରୁ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତା ନେଇ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

ଭବାନୀପାଟଣା : ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ତରଫରୁ ପାରିପାର୍ଶ୍ଵିକ ଗ୍ରାମମାନଙ୍କରେ ସପ୍ତାହ ବ୍ୟାପୀ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତା ସଚେତନତା ଅଭିଯାନ ପାଳିତ ହୋଇଯାଇଛି ଓ ସାମ୍ପ୍ରତିକ କୋଭିଡ-୧୯ର ବ୍ୟାପକତାକୁ ଦୃଷ୍ଟିରେ ରଖି ବିଶ୍ୱ ହସ୍ତ ପ୍ରକ୍ଷାଳନ ଦିବସର ଏହି ବର୍ଷର ବିଷୟବସ୍ତୁ ‘ସମସ୍ତଙ୍କ ପାଇଁ ହସ୍ତ ସ୍ୱଚ୍ଛତା’କୁ ନେଇ ଏହି ଅଭିଯାନ ୧୫ ଅକ୍ଟୋବର ରୁ ଆରମ୍ଭ ହୋଇ ୨୧ ଅକ୍ଟୋବରରେ ସମାପ୍ତ ହୋଇଛି। ଯେଉଁଠାରେ ଅଞ୍ଚଳର ୫୦ଟି ନନ୍ଦ ଘର ଅନ୍ତର୍ଗତ ୨୦୦ଜଣ ହିତାଧିକାରୀ ଏଥିରେ ଭାଗନେଇ ଲାଭାନ୍ବିତ ହୋଇଛନ୍ତି। ବେଦାନ୍ତ ନନ୍ଦ ଘର ଏବଂ ସରକାରଙ୍କ ସମନ୍ବିତ ଶିଶୁ ବିକାଶ ସେବାର ମିଳିତ ଅନୁକୁଲ୍ୟରେ ଆୟୋଜିତ ଏହି ଅଭିଯାନରେ ଅଞ୍ଚଳର ଗୋଷ୍ଠୀ ସମୁଦାୟଙ୍କୁ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତାର ଆବଶ୍ୟକତା ବିଷୟରେ ସଚେତନ କରାଯାଇଛି।

ଏହି ଅବସରରେ କୋଭିଡ-୧୯ର ବ୍ୟାପକତା ସହିତ ଅନ୍ୟାନ୍ୟ ରୋଗର ମୁକାବିଲା ପାଇଁ ଗ୍ରାମରେ ପଞ୍ଚାୟତରାଜ ଅନୁଷ୍ଠାନ କର୍ମଚାରୀ, ଗୋଷ୍ଠୀ ସମୁଦାୟ ତଥା ସ୍ୱାସ୍ଥ୍ୟ ସେବା କର୍ମୀ ପ୍ରମୁଖଙ୍କୁ ସାବୁନରେ ହସ୍ତ ପ୍ରକ୍ଷାଳନ ଏବଂ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ପାଇଁ କୁହାଯିବା ସହିତ ସଠିକ ହସ୍ତ ପ୍ରକ୍ଷାଳନ ବିଧି, ଏହାର ଆବଶ୍ୟକତା ତଥା ଉପକାରିତା ବିଷୟରେ ବୁଝାଯାଇଥିଲା। ଏହି ଅଭିଯାନ ସମ୍ପର୍କରେ ବେଦାନ୍ତ ଲାଞ୍ଜିଗଡର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଛନ୍ତି ଯେ ଅଞ୍ଚଳବାସୀଙ୍କ ବିକାଶ ତଥା ଜୀବନରେ ଉନ୍ନତି ଆଣିବା ନେଇ ବେଦାନ୍ତ ସର୍ବଦା ବିଭିନ୍ନ ଜନହିତକର ପଦକ୍ଷେପ ନେଇଆସିଛି। ଲାଞ୍ଜିଗଡ ଅଞ୍ଚଳରେ ମ୍ୟାଲେରିଆ ଭୟାବହତା ହ୍ରାସ ଏବଂ ଅଞ୍ଚଳକୁ ମ୍ୟାଲେରିଆ ଜନିତ ମୃତ୍ୟୁ-ମୁକ୍ତ କରିବା ସହିତ ବେଦାନ୍ତ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ତଥା ପରିଛନତା ପ୍ରତି ବିଶେଷ ପଦକ୍ଷେପ ନେଇଛି। ବିଶ୍ୱ ହସ୍ତ ପ୍ରକ୍ଷାଳନ ଦିବସରେ ଅଞ୍ଚଳବାସୀ ସୁସ୍ଥ ଜୀବନ ପ୍ରତି କିପରି ଆଗଭର ହେବେ ତଥା ଏକ ସୁନେଲି ଭବିଷ୍ୟତ ଗଢିତୋଳିବାରେ କିପରି ସହାୟକ ହୋଇପାରିବେ ଏନେଇ କମ୍ପାନୀ ସଂକଳ୍ପ ବଦ୍ଧ ହେବ ସହିତ ଆଗକୁ ମଧ୍ୟ ଏନେଇ ବିଭିନ୍ନ ପଦକ୍ଷେପ ନେବା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର