ସପ୍ତାହରେ ଗୋଟିଏ ଦିନ ସମ୍ବଲପୁର ଦେଇ ଯିବ ରାଜଧାନୀ ଏକ୍ସପ୍ରେସ୍‌

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଇଁ ଖୁସିର ଖବର ଆଣିଛି ଭାରତୀୟ ରେଳବାଇ। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସ୍‌ ସମ୍ବଲପୁର ଦେଇ ଦିଲ୍ଲୀରେ ପହଞ୍ଚିବ। ସପ୍ତାହରେ ଗୋଟିଏ ଦିନ ପାଇଁ ଭୁବନେଶ୍ୱରରୁ ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ ଦିଲ୍ଲୀରେ ପହଞ୍ଚିବ ବୋଲି ରେଳମନ୍ତ୍ରୀ ପୀୟୁଷ ଗୋୟଲ ଚିଠି ଲେଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଛନ୍ତି। ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଏବାବଦରେ ୩ଥର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସେପ୍ଟେମ୍ବରରେ ୨୭ରେ ଦିଲ୍ଲୀ ଗସ୍ତ କାଳରେ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଥିଲେ। ନବୀନଙ୍କ ପ୍ରସ୍ତାବରେ ରେଳମନ୍ତ୍ରୀ ରାଜି ହୋଇଛନ୍ତି।

ସମ୍ବନ୍ଧିତ ଖବର