କୁଡୁମୁଲୁଗୁମ୍ମା ଶିକ୍ଷା ଅଧିକାରୀ ଭାବେ ସୁଶ୍ରୀ ଗାୟତ୍ରୀ ଦେବୀଙ୍କୁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ ଓ ସଂବର୍ଧନା

ମାଲକାନାଗିରି : ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପଦୋନ୍ନତି ବିଜ୍ଞପ୍ତି ଆଧାରରେ ସୁଶ୍ରୀ ଗାୟତ୍ରୀ ଦେବୀ, ବ୍ଲକ ଶିକ୍ଷା ଅଧିକାରୀ, କୁଡୁମୁଲୁଗୁମ୍ମା ଭାବେ ଯୋଗ ଦାନ କରିଛନ୍ତି । ଏହି ଅବସରରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ସଂବର୍ଧନା ଓ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନୂତନ ବ୍ଲକ୍ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ସଭାପତି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଅଞ୍ଜନ ଚୌଧୁରୀ, ସମ୍ମାନୀତ ଅତିଥି ଭାବେ ସର୍ବ ଶ୍ରୀ କୃପାସିନ୍ଧୁ ଆମ୍ବାଗୁଡିଆ, ଏବିଓ, ଶ୍ରୀ ରମେଶ ଚନ୍ଦ୍ର ନେଲୁରୁ, ସଭାପତି, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ, ସଂପାଦକ, ଶ୍ରୀ ବଳରାମ ପୂଜାରୀ ଯୋଗ ଦାନ କରିଥିଲେ । ସଂଘର ସମସ୍ତ ସଭ୍ୟ /ସଭ୍ୟା, ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ସିଆର୍ ସିସି, ଓ ଅଫିସ୍ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

ସୁଶ୍ରୀ ଗାୟତ୍ରୀ ଦେବୀ ପ୍ରାଥମିକ ଶିକ୍ଷକ ଭାବରେ କୁଡୁମୁଲୁଗୁମ୍ମା ବ୍ଳକରେ ବହୁତ ଦିନ ଧରି କାମ କରିଛନ୍ତି ।ବର୍ତ୍ତମାନ ସେ ଶିକ୍ଷା ଅଧିକାରୀ ଭାବେ ଯୋଗ ଦାନ କରି ଏହି ବ୍ଲକ ର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ବଢେଇବା ପାଇଁ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ସମସ୍ତେ ମାସ୍କ ବ୍ୟବହାର କରି ସାମାଜିକ ଦୂରତା ରକ୍ଷା କରି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ସଂଘର ସଂପାଦକ ଶ୍ରୀ ବଳରାମ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର