ନୂତନ କୂଳପତିଙ୍କୁ ଆଲୁମିନି ଆସୋସିଏସନର ସମ୍ବର୍ଦ୍ଧନା

ଭବାନୀପାଟଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି ଭାବେ ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଗତକାଲି କାର୍ଯ୍ୟଭାର ଗ୍ରହଣ କରିଥିଲେ । ଆଜି ଭବାନୀପାଟଣାସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନର କର୍ମକର୍ତ୍ତା ମନେ ତାଙ୍କୁ ସ୍ଥାନୀୟ ଇରିଗେସନ ବଙ୍ଗଳାରେ ସାକ୍ଷାତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ ।

କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଉଚ୍ଚକୋଟିର ବିଶ୍ୱବିଦ୍ୟାଳୟ କରିବା ପାଇଁ ଅନେକ ସ୍ୱପ୍ନ ନେଇ ଆସିଛି ଓ ଆଲୁମିନି ଆସୋସିଏସନ ଏଥିପାଇଁ ପ୍ରମୁଖ ଭୂମିକା ନେବ ବୋଲି କୂଳପତି କହିଥିଲେ । ଆଗାମୀ ଦିନରେ ନୂତନ ପାଠ୍ୟକ୍ରମ ଖୋଲିବା, ବିଭିନ୍ନ ବିଷୟରେ ସ୍ନାତକୋତ୍ତର ବିଭାଗ ଖୋଲିବା, ସିଣ୍ଡିକେଟ୍ ଗଠନ କରିବା, ଅଧ୍ୟାପକ ଓ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ପଦକ୍ଷେପ, ଏକାଡେମୀ କାଉନସିଲ ଗଠନ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ଥିବା କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସମସ୍ତ ମହାବିଦ୍ୟାଳୟକୁ ଅଲଗା କରି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅଧିନକୁ ଆଣିବା, ଯୁକ୍ତ ଦୁଇକୁ ଅଲଗା କରିବା ଆଦି ପ୍ରାଥମିକ କାର୍ଯ୍ୟକ୍ରମ ରହିବ ବୋଲି ଆଲୁମିନି ସଭ୍ୟଙ୍କୁ ପ୍ରଫେସର ଚକ୍ରପାଣି କହିଥିଲେ । ଏହି ସାକ୍ଷାତକାରରେ ଆଲୁମିନି ଆସୋସିଏସନ ସାଧାରଣ ସମ୍ପାଦକ ଅବିନାଶ ଠାକୁର, ସହ ସମ୍ପାଦକ ମଣ୍ଟୁ ନାଏକ, ଡ଼ଃ ଅଜୟ ମିଶ୍ର, ସତ୍ୟନାରାୟଣ ମହାପାତ୍ର, ସିମାଞ୍ଚଳ ମିଶ୍ର, କିର୍ତନ ନାଏକ, ରାମେଶ୍ବର ତ୍ରିପାଠୀ, ଯଶୋବନ୍ତ ନାଏକ ପ୍ରମୁଖ ଉପସ୍ଥିତଥିଲେ ।

ସମ୍ବନ୍ଧିତ ଖବର