ପଟ୍ଟାମୁଣ୍ତାଇ : ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଜଣାଶୁଣା ବାମପନ୍ଥୀ ନେତା ରବୀନ୍ଦ୍ର କୁମାର ବେହେରା (୭୦)ଙ୍କର ପରଲୋକ ଘଟିଛି। କଟକର ଏକ ଘରୋଇ ମେଡିକାଲରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। ସ୍ବର୍ଗତ ବେହେରାଙ୍କ ମରଶରୀରକୁ ପଟ୍ଟାମୁଣ୍ଡାଇ ପୋଖରିଆପଡା ବାସଭବନକୁ ଅଣାଯାଇଥିବା ବେଳେ ସେଠାରେ ବହୁ ବିଶିଷ୍ଟ ଲୋକ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୋଖରିଆପଡା ଠାରେ ତାଙ୍କର ଶେଷକୃତ୍ୟ ସ˚ପନ୍ନ ହୋଇଛି। ତାଙ୍କ ପତ୍ନୀ ତଥା ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ, ବିଶିଷ୍ଟ ସାହିତ୍ୟିକା ସରସ୍ବତୀ ବେହେରା ଓ ପୁଅ କନକ ନ୍ୟୁଜର ଦିଲ୍ଲୀ ପ୍ରତିନିଧି ସ୍ମୃତି ର˚ଜନ ବେହେରାଙ୍କ ସମେତ ପରିବାର ଓ ଆତ୍ମୀୟସ୍ବଜନ ଉପସ୍ଥିତି ଥିଲେ। ପୁଅ ସ୍ମୃତି ର˚ଜନ ମୁଖାଗ୍ନି ଦେଇଥିଲେ।
୧୯୮୦ ମସିହାରେ ସେ ପଟ୍ଟାମୁଣ୍ତାଇ ବିଧାନସଭା ଆସନ ପାଇଁ ସିପିଏମ ଦଳର ପ୍ରାର୍ଥୀ ହୋଇଥିଲେ। ପଟ୍ଟାମୁଣ୍ତାଇ ସମ୍ବାଦ ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ତଥା ଅନେକ ସାମାଜିକ ଅନୁଷ୍ଠାନ ସହ ତାଙ୍କର ଅଭିନ୍ନ ସ˚ପର୍କ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/rabindra-behera-bamapanthi-leader-rajnagar-f.jpg)