ଢେଙ୍କାନାଳ: ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ମଗୁବେରେନି ଗାଁର ଜଣଙ୍କ ବାଡ଼ିପଟରେ ଥିବା ନଣ୍ଡା କୂଅ ରେ ଜଣେ ମହିଳା ଖସିପଡ଼ିଲେ। ପରିସ୍ରା କରିବାକୁ ବାଡି ପଟକୁ ଯାଇଥିବା ବେଳେ ନିଦ ବାଉଳରେ ଅସାବଧାନତା ଯୋଗୁଁ କୂଅରେ ଗଳି ପଡ଼ିଥିଲେ। ଅଳ୍ପ ସମୟ ଭିତରେ ଖାଯୁରିଆକଟା ଦମକଳ ବାହିନୀ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ।
ଶ୍ରୀ ମନ୍ଦିର ପରିସରରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତର ଦ୍ୱାର ନିକଟ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ କୂଅରେ ଜଣେ ଭକ୍ତ ଗଳି ପଡ଼ିଛନ୍ତି। ଶ୍ରଦ୍ଧାଳୁ ଜଣକ ହେଲେ ଧ୍ରୁବ ଚକ୍ରବର୍ତ୍ତୀ (୬୫)। ବଙ୍ଗୀୟ ଭକ୍ତ ଧ୍ରୁବ ଚକ୍ରବର୍ତ୍ତୀ ଅସାବଧାନତା ଯୋଗୁଁ ଉତ୍ତର ଦ୍ୱାର ନିକଟ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ କୂଅରେ ପଡ଼ିଯାଇଥିଲେ। ସେ କୂଅରେ ପଡ଼ିଯିବା ପରେ ଉପରେ ଥିବା ତାଙ୍କ ସ୍ତ୍ରୀ ଚିତ୍କାର କରିଥିଲେ। ସେବାୟତମାନେ ତୁରନ୍ତ ସିଂହଦ୍ୱାର ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପ୍ରାୟ ୧ ଘଣ୍ଟାର ଅପେରସନ କରି ଅଗ୍ନିଶମ କର୍ମଚାରୀ ରୋପ ଲ୍ୟାଡ଼ର ଓ ଅକ୍ସିଜନ ସହାୟତାରେ ୭୦ ଫୁଟ ତଳୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏବେ ଭକ୍ତ ଜଣଙ୍କ ଅସୁସ୍ଥତା ଅନୁଭବ କରିବାରୁ ଆମ୍ବୁଲାନ୍ସ ଯୋଗେ ସଦର ଚିକିତ୍ସାଳୟକୁ ପଠାଯାଇଛି। ତେବେ ଏହି ବୟସ୍କ ଭକ୍ତ ଦମ୍ପତି କାହଁକି ଯାଇଥିଲେ ତାର ତଦନ୍ତ କରାଯାଇଥିବା ସହ କୂଅ ଉପରେ ଜାଲି ପଡିଥିଲା ନା ନାହିଁ ତାର ବିଧିବଦ୍ଧ ତଦନ୍ତଆରମ୍ଭ କରିଛି ଶ୍ରୀ ମନ୍ଦିର ପ୍ରଶାସନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/well.jpg)