ଭୂତନାଥ ମନ୍ଦିର ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଜୟପୁର: ଜୟପୁର ସଦରଥାନା ଅନ୍ତର୍ଗତ ସ୍ଥାନୀୟ ଭୂତନାଥ ମନ୍ଦିର ନିକଟସ୍ଥ ବୁଦା ପାଖରେ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତକ ଜଣକ ହେଲେ ପାଲିଗୁଡା ଗ୍ରାମର ସ୍ବର୍ଗତ ଗଣ୍ଡା ପରଜାଙ୍କ ପତ୍ନୀ ଭଗବତୀ ଗାଦବା (୪୫)। ଭଗବତୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିବା ବେଳେ ଏନେଇ ସଦରଥାନାରେ ୧୭/୨୧ ନମ୍ବରରେ ଅପମୃତ୍ୟୁ ମାମାଲା ରୁଜୁ କରିଛନ୍ତି। ଘଟଣାସ୍ଥଳରେ କୋରାପୁଟ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତନାଘନା କରିଛନ୍ତି।

ଆଜି ସକାଳୁ ଭୂତନାଥ ମନ୍ଦିର ପଛପଟେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖି ଥାନାରେ ଖବର ଦେଇଥିଲେ। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତକଙ୍କ ପରିଚୟ ମିଳିବା ପରେ ପରିବାରବର୍ଗଙ୍କୁ ଡାକି ଶବ ଚିହ୍ନଟ କରିଥିଲେ। ଘଟଣାସ୍ଥଳରେ କୋରାପୁଟ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସି ଘଟଣାର ତଦନ୍ତ କରିଥିଲେ।

ମୃତଦେହକୁ ଉଦ୍ଧାର କରି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରିବାରବର୍ଗଙ୍କୁ ଶବ ଦେବାରୁ ସେମାନେ ମନା କରିଦେଇଥିବାରୁ ପ୍ରଶାସନ ପକ୍ଷରୁ ଶବ ସତ୍କାର କରାଯାଇଛି ବୋଲି ଜୟପୁର ଏସ୍‌ଡିପିଓ ଅରୂପ ଅଭିଶେଖ ବେହେରା କହିଛନ୍ତି। ଭଗବତୀଙ୍କ ଶରୀରେ କୌଣସି କ୍ଷତ ଚିହ୍ନ ନଥିବା ବ‌େଳେ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାରେ ପ‌ରେ ସତ୍ୟତା ଜଣାପଡିବ ବୋଲି ଏସଡିପିଓ କହିଛନ୍ତି।

ସମ୍ବନ୍ଧିତ ଖବର