ଜଳେଶ୍ବର/ଓଲମରା: ପରିବେଶ ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରି ସୁବର୍ଣ୍ଣରେଖା ନଦୀଗର୍ଭରୁ ପଶ୍ଚିମବଙ୍ଗ ବାଲି ମାଫିଆଙ୍କ ଦ୍ବାରା ବେଆଇନ ବାଲି ଉତ୍ତୋଳନ ପ୍ରସଙ୍ଗରେ ମାନ୍ୟବର ଏନ୍ଜଟି ଦେଇଥିବା ରାୟକୁ ଆଜି ପୁଣି ପଶ୍ଚିମବଙ୍ଗ ବାଲି ମାଫିଆ ଫୁ’ କରି ଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି। ଓଡ଼ିଶା ସୀମା ଭିତରକୁ ମାକଡ଼ିଆ ଗ୍ରାମ ନିକଟରେ ପ୍ରବେଶ କରି ବଙ୍ଗ ବାଲି ମାଫିଆମାନେ ମାପଚୁପ ପରେ ଏକପାଖିଆ ଭାବେ ସୀମା ନିର୍ଦ୍ଧାରଣ କରିବା ସହ ପତାକା ଓ ଖୁଣ୍ଟ ପୋତିଛନ୍ତି। ଆଜିର ଏହି ଘଟଣା ପରେ ଓଡ଼ିଶା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲେ ବି ସରକାରୀସ୍ତରରେ ଏ ନେଇ କୌଣସି ପଦକ୍ଷେପ ନିଆ ନ ଯିବାକୁ ସ୍ବାଭିମାନୀ ଓଡ଼ିଆମାନେ ନିନ୍ଦା କରିଛନ୍ତି। ଜଳେଶ୍ବର ତହସିଲ ଅଧୀନସ୍ଥ ଓଲମରା ଆରଆଇ ସର୍କଲ ଅଧୀନରେ ଥିବା ମାକଡିଆ ଗ୍ରାମରେ ଗତବର୍ଷ ୩୫ରୁ ଊର୍ଦ୍ଧ୍ବ ସ୍ଥାନରେ ବଙ୍ଗ ବାଲି ମାଫିଆମାନେ ସ୍ବମ୍ପପମ୍ପ ଲଗାଇ ଅତି ବିପଦଜନକ ଭାବେ ବାଲି ଉତ୍ତୋଳନ କରିଥିଲେ। ଚଳିତବର୍ଷ ପ୍ରାୟ ୧୨ଟି ସ୍ଥାନରେ ବାଲି ଉତ୍ତୋଳନ ଆରମ୍ଭ ହୋଇଥିବାବେଳେ ଖୁବ୍ଶୀଘ୍ର ଆହୁରି ୨୦ରୁ ୨୫ଟି ସ୍ଥାନରେ ବାଲି ଉତ୍ତୋଳନ କରାଯିବା ନେଇ ପଶ୍ଚିମବଙ୍ଗ ବାଲି ମାଫିଆମାନେ ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହିସବୁ ବାଲି ଉତ୍ତୋଳନ ପାଇଁ ମାଫିଆମାନେ ନିଜ ନିଜର ସୀମା ନିର୍ଦ୍ଧାରଣ ପାଇଁ ନଦୀଗର୍ଭସ୍ଥ ମାକଡ଼ିଆ ଗ୍ରାମ ଭିତରକୁ ପ୍ରବେଶ କରି ଚେନ୍ ସାହଯ୍ୟରେ ମାପଚୁପ କରିଥିେଲ। ମାପଚୁପ ପରେ ସେମାନେ ଓଡ଼ିଶା ସୀମାରେ ଖୁଣ୍ଟ ଓ ପତାକା ପୋତିଥିବାର ଜଣାପଡ଼ିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଦୀର୍ଘ ସମୟ ଧରି ଓଡ଼ିଶା ସୀମା ଭିତରେ ଏପରି ମାପଚୁପ କରାଯାଉଥିବାର ଖବର ମାକଡ଼ିଆ ଗ୍ରାମବାସୀ ପ୍ରଶାସନକୁ ଦେଇଥିଲେ ବି ରାଜସ୍ବ ବିଭାଗ ଏ ଦିଗରେ ନିରବତା ଅବଲମ୍ବନ କରିବାକୁ ସାଧାରଣରେ ନାପସନ୍ଦ କରାଯାଇଛି। ପ୍ରକାଶଥାଉକି, ବେଆଇନ ବାଲି ଉତ୍ତୋଳନ ରୋକିବାକୁ ମାନ୍ୟବର ଏନ୍ଜିଟି କଠୋର ଆଭିମୁଖ୍ୟ ଦେଖାଇବା ସହ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କୁ ରାୟର ୩ ମାସ ମଧ୍ୟରେ ବାଲିମାଫିଆଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଳେ। ତେବେ ଏହା ଭିତରେ ୧ ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଅଦ୍ୟାବଧି ସମନ୍ବୟ ବୈଠକ ହୋଇପାରୁନାହଁ। ଅପରପକ୍ଷେ ପଶ୍ଚିମବଙ୍ଗ ବାଲିମାଫିଆ ଏନ୍ଜିଟି ରାୟ ଓ ଆଇନକୁ ଫୁ’ କରି ଏବେଠାରୁ ବାଲି ଉତ୍ତୋଳନ ଆରମ୍ଭ କଲେଣି।
ମାପଚୁପ କଲେ, ପତାକା ପୋତିଲେ
ଏନ୍ଜିଟିର ରାୟକୁ ପଶ୍ଚିମବଙ୍ଗ ବାଲି ମାଫିଆଙ୍କ ବେଖାତିର୍
/sambad/media/post_attachments/wp-content/uploads/2018/10/jls-bali-mafia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)