ରାଇରଙ୍ଗପୁର/ବାଦାମପାହାଡ: ସୋମବାର ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ସକାଳୁ କୋଲକତାସ୍ଥ ହାୱଡା ଷ୍ଟେସନରୁ ବନ୍ଦେ ଭାରତ ଟ୍ରେନ ଯୋଗେ ଟାଟା ନଗର ରେଳଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ସଡ଼କ ପଥ ଦେଇ ରାଇରଙ୍ଗପୁର ଗସ୍ତରେ ଆସି ମଧ୍ୟାହ୍ନ ୧୨ ଘଟିକାରେ ରାଇରଙ୍ଗପୁରସ୍ଥ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।

Advertisment

ପରେ ତାଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲି,ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ,ରାଷ୍ଟ୍ରପତିଙ୍କ ଉପଦେଷ୍ଟା ବିଜୟଲକ୍ଷ୍ମୀ ମହାନ୍ତି,ଏସଡିପିଓ ଗକୁଳାନନ୍ଦ ସାହୁ, ବିଜେପି ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ହାଁସଦା,ପୂର୍ବତନ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ୍, ପଶ୍ମିମ ମୟୁରଭଂଜ ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ,ବରିଷ୍ଠ ନେତା ସଞ୍ଜୀବ ମହାନ୍ତି,ମନୋଜ ଦାସ,ବିକାଶ ମହାନ୍ତ,ଡ଼ାକ୍ତର ପି.ଏସ ମାଣିକେଶ୍ୱରୀ, ନନ୍ଦିଆ ମହାନ୍ତି,ସୁରତ ପଟ୍ଟନାୟକ,ସୁନିଲ ମହାନ୍ତଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ରହି ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । 

ଆହୁରି ପଢ଼ନ୍ତୁ:Tension In MV-26 Village: ମାଲକାନଗିରିରେ ଉତ୍ତେଜନା: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କଲା ପ୍ରଶାସନ

ରାଷ୍ଟ୍ରପତିଙ୍କ ସ୍ବାମୀ ଓ ଦୁଇ ପୁଅଙ୍କୁ ଶ୍ରଦ୍ଧାଞ୍ଜଳି

ରାଜ୍ୟପାଳ ରାଇରଙ୍ଗପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରକୁ ପରିଦର୍ଶନ କରି ରାଷ୍ଟ୍ରପତିଙ୍କ ସ୍ବାମୀ ଓ ଦୁଇ ପୁଅଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ  ଏସଏଲଏସ୍ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ସେଠାକାର ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ। 

ଆହୁରି ପଢ଼ନ୍ତୁ:Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ

ସେଠାରୁ ସେ ରାଇରଙ୍ଗପୁରସ୍ଥ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାକୁ ଫେରିବା ପରେ ସେଠାରେ  ରାତ୍ରିଯାପନ କରିବେ ବୋଲି ସୂଚନା ରହିଛି । ତେବେ ଆସନ୍ତାକାଲି ମଙ୍ଗଳବାର ସେ ରାଷ୍ଟ୍ରପତିଙ୍କ ପୈତୃକ ଗ୍ରାମ ଓ ସେ ପଢୁଥିବା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି ।

ରିପୋର୍ଟ: ତୁଷାରକାନ୍ତ ମହାନ୍ତ