ଗଞ୍ଜାମ -କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦରେ ଓଲଟିଲା ପଶ୍ଚିମବଙ୍ଗ ଟୁରିଷ୍ଟ ବସ୍, ୨ ମୃତ

ଭଞ୍ଜନଗର: ଗଞ୍ଜାମ ଭଞ୍ଜନଗର ଥାନା ଅଧୀନ କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦ ନିକଟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଟୁରିଷ୍ଟ ବସ ଓଲଟି ଦୁଇଜଣଙ୍କ ମୃତ୍ୟୁ ଘଟିଛି l ବସ ତଳେ ଅନେକ ଚାପି ହୋଇଥିବା ସୂଚନା। ଏଥିରେ ୫୦ରୁ ଅଧିକ ଯାତ୍ରୀ ଥିଲେ l ଦୁର୍ଗାପ୍ରସାଦ ଅଂଚଳର ଯୁବକ ସଂଘ ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି

ଖବର ପାଇ ଦମକଳ ଓ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ବାହାରିଛି l ବସଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରୁ ବିଶାଖାପାଟଣା ଯାଉଥିବା ଜଣାପଡିଛି। କଳିଙ୍ଗ ଘାଟି ଓହ୍ଲାଇବା ପରେ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର