ବ୍ରହ୍ମପୁର : ବନ୍ଧୁକ ଓ ଗୁଳି କାରବାରରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ରବିବାର ଦିନ ପଶ୍ଚିମବଙ୍ଗର ପୁଲିସ ଟିମ୍‌ ଗୋପାଳପୁରର ଏକ ହୋଟେଲରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁଖଦେବ ଦାସ (୪୯), ରାଜୁ ନସ୍କର(୪୮), ସୁଧୀର ବୋଷ (୫୦) ଏବଂ ଅଞ୍ଜୁ ମଣ୍ଡଳ (୩୫)। ରବିବାର  ସନ୍ଧ୍ୟାରେ ସେମାନଙ୍କୁ ବ୍ରହ୍ମପୁର ସି‌ଜେଏମ୍‌ଙ୍କ କୋର୍ଟରେ ହାଜର କରାଇ ଟ୍ରାନ୍‌ଜିଟ୍ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ଗତ ମାର୍ଚ୍ଚ ୯ତାରିଖରେ କୋଲକାତାର ଗିରିଶ ପାର୍କ ପୁଲିସ ଷ୍ଟେସନ୍‌ ଅଂଚଳରେ ଏକ ବନ୍ଧୁକ କାରବାର ହେଉଥିବା ଖବର ପାଇ ଲାଲବଜାର ଷ୍ଟ୍ରିଟ୍‌ ସ୍ଥିତ ଡିଟେକ୍ଟିଭ୍ ଡିପାର୍ଟମେଣ୍ଟର ଆଣ୍ଟି ରାଓଡି ସେକ୍ସନ୍ ପକ୍ଷରୁ ଏସ୍‌ଆଇ ଶୁଭଙ୍କର ସରକାରଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରିଥିଲା। ଜଣେ ଅଭିଯୁକ୍ତକୁ କାବୁ କରି ତାଠାରୁ ଦେଶୀ ବନ୍ଧୁକ ଓ କାଟ୍ରିଜ୍ ଜବତ କରିଥିଲା। ତେବେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା। ସଂପୃକ୍ତ ୪ଜଣ ଅଭିଯୁକ୍ତ ଓଡ଼ିଶା ଆସି ଗୋପାଳପୁର ସ୍ଥିତ ଏକ ହୋଟେଲ୍‌ରେ ରହିଥିବା ଜାଣିବାକୁ ପାଇ ଗତକାଲି ଏସ୍‌ଆଇ ଶୁଭଙ୍କର ସରକାରଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଆସି ଗୋପାଳପୁରରେ ପହଁଚିଥିଲା।