ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସିନାପାଲି ଗସ୍ତ

ପ୍ରକଳ୍ପ ବୁଲିଲେ, ଉନ୍ନୟନ କାର୍ଯ୍ୟର ସମୀକ୍ଷା

ସିନାପାଲି: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ମିଶ୍ର ସିନାପାଲି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଦେଖିବା ସହ ସିନାପାଲି ବ୍ଲକ୍‌ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ଶ୍ରୀ ମିଶ୍ର ସିନାପାଲି ବ୍ଲକ୍‌ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମାଣ ହେଉଥିବା ମହଗାଁ ଉଚ୍ଚବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ଓ ଗୋଡାଲ ହାଇସ୍କୁଲରେ ନିର୍ମାଣ ହୋଇଥିବା ଅତିରିକ୍ତ ଶ୍ରେଣୀ ଗୃହ ବୁଲି ଦେଖିଥିଲେ। ସେହିପରି ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣ କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏଥିପାଇଁ ଶୀଘ୍ର ପାଣ୍ଠି ଯୋଗାଇ ଦିଆଯିବ ବୋଲି କହିଥିଲେ। ପରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ବ୍ଲକ୍‌ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ଶ୍ରୀ ମିଶ୍ରଙ୍କ ଗସ୍ତ ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ, ବିଜେଡିର ଜିଲ୍ଲା ସାଧାରଣ ସଂପାଦକ ଲମ୍ବୋଦର ନିଆଲ, ସିନାପାଲି ବିଡିଓ ସର୍ବେଶ୍ବର ଜାଲ, ନିର୍ବାହୀ ଯନ୍ତ୍ରୀ ହେମନ୍ତ ଖମାରୀ, କନିଷ୍ଠ ଯନ୍ତ୍ରୀ ମୀନାକ୍ଷୀ ମିଶ୍ର, ଜିଲ୍ଲା ଛାତ୍ର ସଭାପତି ଅମିତ ସିଂହଦେଓ, ସୁନୀଲ ନାଏକ, ଭାସ୍କର ଚନ୍ଦ୍ର ଜେନା, ପ୍ରେମରାଜ ହଂସ, ଦୈତାରି ମେହେର ପ୍ରମୁଖ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ପରେ ସେ ବୋଡ଼େନ ବ୍ଲକ୍‌ରେ ଗସ୍ତ କରିବା ସହ ବୋଡ଼େନ ବ୍ଲକ୍‌ରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଦେଖିବା ସହ ବ୍ଲକ୍‌ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର