ସଟଡାଉନ ବେଳେ କଳିଙ୍ଗନଗରରେ ଆତ୍ମହତ୍ୟା କଲେ ପଶ୍ଚିମବଙ୍ଗର ଠିକାଶ୍ରମିକ

ଯାଜପୁର: ଜିଲ୍ଲାରେ ସଟଡାଉନ କଟକଣା ଥିବାବେଳେ କଳିଙ୍ଗନଗରରେ ଥିବା ଏକ କାରଖାନାରେ ଜଣେ ଶ୍ରମିକ ଆତ୍ମହତ୍ୟା କରିଛନ୍ତି | ଏହି ଶ୍ରମିକଙ୍କ ନାମ ସୁନୀଲ କର୍ମକାର(୫୫) ହୋଇଥିବାବେଳେ ତାଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଗତ ମାସ ୨୧ ତାରିଖରେ ସୁନୀଲ ଘରୁ ଫେରିଥିବାବେଳେ ମେକାନିକାଲ ଫିଟର ଭାବେ କାର୍ଯ୍ୟ କରୁଥିଲେ | ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ ସୁନୀଲ ନିଜ ଗାମୁଛାକୁ ଫ୍ୟାନରେ ଲଗାଇ ଆତ୍ମହତ୍ୟା କରିଛନ୍ତି |

ସୁନୀଲ କଳିଙ୍ଗ ନଗରରେ ଥିବା ରୋହିତ ଫେରୋଟେକ କାରଖାନାରେ ଠିକା ଶ୍ରମିକ ଭାବେ ନିୟୋଜିତ ଥିବାବେଳେ ପୁଲିସ ବର୍ତ୍ତମାନ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି |

କମ୍ପାନୀ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବାବେଳେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି | ମିଳିଥିବା ସୂଚନା ମୁତାବକ ଏହି କମ୍ପାନୀରେ କାମ କରୁଥିବା ୮ ଜଣ ଶ୍ରମିକ ନିଜ ଘର ପଶ୍ଚିମବଙ୍ଗକୁ ଫେରି ପାରିନଥିଲେ | ତେବେ ଏମାନଙ୍କୁ ରହିବା ପାଇଁ ଘର ଦିଆଯାଇଥିଲା | ସୁନୀଲ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି |

ସମ୍ବନ୍ଧିତ ଖବର