ସମ୍ବଲପୁର/ ଦେବଗଡ଼: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ଠାରୁ ୬ ଦିନିଆ ପଶ୍ଚମ ଓଡ଼ିଶା ବନ୍ଦ ପାଳିତ ହୋଇଛି। ଏହି ବନ୍ଦ ପାଳନ ଅବସରରେ କୋର୍ଟ,ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ସହିତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିିଛି। କେବଳ ଛାତ୍ରଛାତୀମାନଙ୍କ ବାର୍ଷିକ ପରୀକ୍ଷା ପରିପ୍ରେକ୍ଷୀରେ ଏହି ଆନ୍ଦୋଳନରୁ ସ୍କୁଲ ଓ ସ୍ୱାସ୍ଥ୍ୟ ସେବାକୁ ସାମିଲ କରାଯାଇ ନାହିଁ।
ସୂଚନାଯୋଗ୍ୟ ଯେ . ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପେବ୍ରୁଆରି ୧୯ ତାରିଖରୁ ୨୪ ତାରିଖ ଯାଏ ପଶ୍ଚିମ ଓଡ଼ିଶା ବନ୍ଦ ସହିତ ଆନ୍ଦେନ ପାଇଁ ଡାକରା ଦିଆଯାଇଥିଲା। ଏତିପାଇର୍ ଆଜି ସମ୍ବଲପୁର ଠାରେ ଦଳମତ ନିର୍ବିଶେଷରେ ସମସ୍ତ ଦଳଓ ସଙ୍ଗଠନର ପଅ୍ରତିନିଧିମାନେ ଏହି ବନ୍ଦ ,ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସମ୍ବଲପୁର କଚେରି ରୋଡ୍୍ର ଥିବା କୋର୍ଟ ସମ୍ମୁଖରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଧାରଣା ଦେଇ ଆନ୍ଦୋଳନ ଚଳାଇଛନ୍ତି।
/sambad/media/post_attachments/wp-content/uploads/2018/02/deogarh.jpg)
ସେହିପରି ଦେବଗଡ଼ରେ ମଧ ହାଇକୋର୍ଟର୍ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଯୋଗୁଁ ବିଭିନ୍ନ ପ୍ରତିଷ୍ଠାନ ବନ୍ଦ ରହିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟକୁ ଆନ୍ଦୋଳନକାରୀମାନେ ବନ୍ଦ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/sbp-4.jpg)