ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଗୃହୀତ ହେଲାନି, ପ୍ରଶ୍ନକାଳରେ ପ୍ରତିବାଦ ଜଣାଇଲେ ନରସିଂହ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କୋମା ଅବସ୍ଥାକୁ ଆସିଗଲାଣି। ଏ ସମ୍ପର୍କରେ ଆଲୋଚନା ପାଇଁ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରି ନ ଥିଲେ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ପ୍ରତିବାଦ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କୋମାକୁ ଆସିଯିବା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଆମେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲୁ। ଆଜି କିଛି ମୁଲତବୀ ପ୍ରସ୍ତାବ ନ ଥିଲା। କିନ୍ତୁ ଆମ ପ୍ରସ୍ତାବକୁ ଗ୍ରହଣ କରାଗଲା ନାହିଁ। ରାଜ୍ୟର ଲୋକସଂଖ୍ୟାର ଏକ ଚତୁର୍ଥାଂଶ ପଶ୍ଚିମ ଓଡ଼ିଶାରେ ରହୁଛନ୍ତି। ରାଜ୍ୟର ଏକ ତୃତୀୟାଂଶ ଅଞ୍ଚଳ ହେଉଛି ପଶ୍ଚିମ ଓଡ଼ିଶା‌ର। ତେଣୁ ବାଚସ୍ପତିଙ୍କ ନିଷ୍ପତ୍ତିକୁ ପ୍ରତିବାଦ ଜଣାଉଛୁ। ଏହାର ପୁନର୍ବିଚାର କରିବାକୁ ଶ୍ରୀ ମିଶ୍ର ଦାବି କରିଥିଲେ।

ସମ୍ବନ୍ଧିତ ଖବର