ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ନେଇ ନିଷ୍ପତ୍ତି ହେଇନି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ପରିଷଦ ଅଧୀନରେ ଯାଉଥିବା ଅଞ୍ଚଳରେ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି।

ଶ୍ରୀ ମିଶ୍ରଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜଣାଇଛନ୍ତି, ୨୦୦୯-୧୦ରୁ ୨୦୧୮-୧୯ ମଧ୍ୟରେ( ୧୦ ବର୍ଷ) ପରିଷଦ ଅଧୀନସ୍ଥ ୧୧ଟି ଜିଲ୍ଲା ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧୦୪୬ କୋଟି ୯୬ ଲକ୍ଷ ୪୯ ହଜାର ୩୭୫ ଟଙ୍କାର ପାଣ୍ଠି ଆବଣ୍ଟନ କରାଯାଇଛି। ଏହା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାକୁ ସର୍ବାଧିକ ୧୯୭ କୋଟି ୪୮ ଲକ୍ଷ ୨୭ ହଜାର ୫୦୬ ଟଙ୍କା ଦିଆଯାଇଥିଲା ବେଳେ ଦେବଗଡ଼ ଜିଲ୍ଲାକୁ ସର୍ବନିମ୍ନ ୩୦ କୋଟି ୨୧ ହଜାର ୧୪୪ ଟଙ୍କା ଦିଆଯାଇଛି।

ସମ୍ବନ୍ଧିତ ଖବର