ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟ ସ୍ଥିର ହୋଇପାରୁନି 

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ କେଉଁଠି ହେବ, ତାହା ସ୍ଥିର ହୋଇପାରୁନି। ଆଜି ରାସେଶ୍ୱରୀ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ଦର୍ଶାଇଛନ୍ତି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଇନ୍‌,୨୦୦୦ର ଧାରା ୩(୪) ଅନୁଯାୟୀ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ ସ୍ଥାପନ କରାଯିବା ପାଇଁ ସରକାର ବିଭିନ୍ନ ସମୟରେ ପରିଷଦର ସର୍ବସମ୍ମତ ମତାମତ ଲୋଡ଼ିଥିଲେ। ଏ ସମ୍ବନ୍ଧରେ ପରିଷଦଠାରୁ କୌଣସି ସ୍ପଷ୍ଟ ମତାମତ ମିଳିପାରି ନାହିଁ। ଏ ବିଷୟରେ ସରକାର ସଚେତନ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର