ଆସନ୍ତାକାଲି ଠାରୁ ଆରମ୍ଭ ହେବ ପଶ୍ଚିମ ଓଡ଼ିଶାରେ ୪୮ ଘଣ୍ଟିଆ ବନ୍ଦ ପାଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ଵାନରେ ଗୁରୁବାର ଠାରୁ ୪୮ ଘଣ୍ଟିଆ ବନ୍ଦ ପାଳନ ହେବ। ସ୍କୁଲ-କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଯାନବାହାନ ଚଳାଚଳ ସଂପୂର୍ଣ୍ଣ ରୂପେ ବନ୍ଦ ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ଜନିତ ଯାନବାହାନ ପ୍ରବେଶ ପାଇଁ ଓକିଲ ସଂଘ ପକ୍ଷରୁ ସ୍ୱତନ୍ତ୍ର ପାସ ବ୍ୟବସ୍ଥା କରାଯାଇଛି। ସାଧାରଣ ଜନତା ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣି ରଖନ୍ତୁ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅପିଲ କରାଯାଇଛି।

ଦୁଇ ଦିନିଆ ବନ୍ଦ ପାଳନ ଗୁରୁବାର ଓ ଶୁକ୍ରବାର ହେବ। ଆନ୍ଦୋଳନ ସମୟରେ ରାତିରେ ମଧ୍ୟ ଯାନବାହାନ ଚଳାଚଳ ବନ୍ଦ ରହିବ। ଫଳରେ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଓ ବରଗଡ଼ରେ ଯାତାୟତ ଏକ ପ୍ରକାର ଠପ ହୋଇଯିବ। ବନ୍ଦ ପାଳନ ଯୋଗୁଁ ସମ୍ବଲପୁର ଅଧିକ ପ୍ରଭାବିତ ହେବ ବୋଲି ପୂର୍ବାନୁମାନ କରାଯାଉଛି।

ସମ୍ବନ୍ଧିତ ଖବର