ପଶ୍ଚିମ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗ : ହାଇକୋର୍ଟରେ ଗୃହ ବିଭାଗର ସତ୍ୟପାଠ

ଅଧିକାରୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି

କଟକ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସଂପର୍କିତ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସତ୍ୟାପଠ ଦାଖଲ କରାଯାଇଛି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର‌୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠରେ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସ˚ପର୍କିତ ମାମଲାର ଶୁଣାଣି ସମୟରେ ଗୃହ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ପୁଲିସ ଡିଜି, ଆଇଜି, ଉତ୍ତରାଞ୍ଚଳ ଡିଆଇଜି ଓ ସମ୍ବଲପୁର ଏସପିଙ୍କୁ ଆନ୍ଦୋଳନ ହେଉଥିବା ଅଞ୍ଚଳରେ ତୁରନ୍ତ ବିଚାରବିଭାଗୀୟ ଅଧିକାରୀ ଓ ରାଜସ୍ବ ଅଧିକାରୀଙ୍କୁ ଆବଶ୍ୟକ ସୁରକ୍ଷା ଯେଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ଅଦାଲତରେ ବିଚାରବିଭାଗୀୟ ଅଧିକାରୀଙ୍କୁ ଓ ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଗୃହ ବିଭାଗ ଅତିରିକ୍ତ ସଚିବ ପୁଲିସ ଡିଜି ଓ ଅନ୍ୟ ଅଧିକାରୀଙ୍କୁ ଡିସେମ୍ବର ୨୦ରେ ଚିଠି ଲେଖିଛନ୍ତି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଆଜି ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଛି। ସେ ଦର୍ଶାଇଛନ୍ତି ଯେ ଅଦାଲତ ଓ ସରକାରୀ କାର୍ଯ୍ୟାଳୟ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ପ୍ରସଂଗରେ ଏବେ ଯାଏ କିଛି ଫଳପ୍ରଦ ପଦକ୍ଷେପ ନିଆଯାଇ ନାହିଁ। ଆନ୍ଦୋଳନ ଜାରି ରହିଥିବା ବେଳେ କେତେକ ଦୁର୍ବୃତ୍ତ ସମ୍ବଲପୁରସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟରେ ନିିଆଁ ଲଗାଇ ଦେଇଥିଲେ। ୨୦ ତାରିଖରେ ଏ ସଂପର୍କିତ ପ୍ରକାଶିତ ଖବରର ନକଲ ସେ ସତ୍ୟପାଠ ସହିତ ଦାଖଲ କରିଥିଲେ। ଏଥି ସହିତ ଦର୍ଶାଇଥିଲେ ଯେ ଅଦାଲତ ଓ ସରକାରୀ କାର୍ଯ୍ୟାଳୟ ଅଚଳ ଯୋଗୁ ସାଧାରଣ ‌େଲାକମାନେ ଅସୁବଧାର ସମ୍ମୁଖୀନ ହେଉଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ସମ୍ବଲପୁରରେ ଅଦାଲତ ଓ ସରକାରୀ କାର୍ଯ୍ୟାଳୟ ସ୍ବଭାବିକ ଭାବେ କାର୍ଯ୍ୟ କରିବା ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦ‌େକ୍ଷପ ସଂପର୍କରେ ଅବଗତ କରିବା ପାଇଁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ଜାନୁଆରି ୧୦ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଆବେଦନରେ ଦର୍ଶାଯାଇଛି ଯେ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏପରି ପରିସ୍ଥିତିରେ ସ˚ପୃକ୍ତ ଅଞ୍ଚଳରେ ଏକ ପ୍ରକାର ଅଚାବସ୍ଥା ସୃଷ୍ଟି ହୋଇଛି। ବିଭିନ୍ନ ବିଚାର ବିଭାଗୀୟ ଅଦାଲତ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସ୍ବଭାବିକ ଭାବେ କାର୍ଯ୍ୟ କରୁ ନାହିଁ। ଏପରି ଆନ୍ଦୋଳନ ଯୋଗୁ ସାଧାରଣ ଲୋକମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର