ଗୋଡ଼ଭଗା: ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଗ୍ରାମ ର ଶ୍ରୀ ଶ୍ରୀ ଦଧିବାମନ ପାଳା ମଞ୍ଚ ଠାରେ ମାଁ ସମଲେଶ୍ଵରୀ ପାଲା ପରିଷଦ ପଶ୍ଚିମ ଓଡ଼ିଶା ଦ୍ଵାରା ପାଲା ସମ୍ମିଳନୀ ଆନୁଷ୍ଠାନୀକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଡ. ଜୟଦେବ ଭୋଇ ନିର୍ଦ୍ଦେଶକ ବିଦ୍ୟା ସାଗର ଏକାଡେମି ଓଡ଼ିଶା, ମୂଖ୍ଯ ବକ୍ତା ହିରା ଭୋଇ ଜନ କଲ୍ୟାଣ ସେବା ଆଇନ ପରାମର୍ଶଦାତା ଓଡିଶା, ସମ୍ମାନୀତ ଅତିଥି ବୃନ୍ଦ ରାଧେଶ୍ୟାମ ପଣ୍ଡା ପଶ୍ଚିମ ଓଡିଶା ପାଲା ପରିଷଦ ଓଡ଼ିଶା, ଲିଙ୍ଗରାଜ ପ୍ରଧାନ,ଧନୀରାମ ପାଣିଗ୍ରାହୀ, କୁମେଳସିଂହା ସରପଞ୍ଚ କୁମୋଦିନୀ ମହାନନ୍ଦ, ସମିତିସଭ୍ୟା ବନିତା ନାଗ, ଜିଲ୍ଲା ପରିଷଦ ସଭ୍ୟ ଜୋନ ୪ର ସମ୍ମୁନାଥ ସେଠ ଆଦି ଉପସ୍ଥିତ ଥିଲେ।

Advertisment

ଏହି ସମ୍ମିଳନୀ ରେ ଗାଁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିବା ବ୍ୟକ୍ତି ହେଲେ ଦଧିବାମନ ମାତା ମନ୍ଦିରର ଧନୀରାମ ପାଣିଗ୍ରାହୀ, ବିଶିଷ୍ଟ କଳାକାର ହିରା ମହାକୁର, ଆନ୍ତର୍ଜାତୀୟ କ୍ରିଡ଼ାବିତ ସନ୍ତୋଷ ପ୍ରଧାନ, ଜନକଲ୍ୟାଣ ସେବା ଟ୍ରଷ୍ଟର ମୁକୁନ୍ଦ ଦାସ ଙ୍କୁ ସମ୍ମାନୀତ କରାଯାଇଥିଲା।ଏହି ସମ୍ମିଳନୀ ଦୁଇଦିନ ଧରି ଚାଲିବ । ସାହିତ୍ୟ, କଳା, ସଂସ୍କୃତି, ସାମାଜିକ ଅବ୍ୟବସ୍ଥା ପାଇଁ ପାଲା ର ଜରୁରୀ ଆବଶ୍ୟକତା ରହିଛି ବୋଲି ଆଜି ର ସଭାରେ ମତପ୍ରକାଶ ପାଇଥିଲା ଏଥି ସହିତ ବିଲୁପ୍ତ ହେବାକୁ ବସିଥିବା ପାଳା କୁ ବଞ୍ଚାଇବା ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିବା ପ୍ରକାଶ। ଏହି ସମ୍ମିଳନୀରେ ସ୍ଥାନୀୟ ତଥା ଅଞ୍ଚଳର ଜନପ୍ରତିନିଧି ବୁଦ୍ଧିଯିବି ନେତୃବୃନ୍ଦ ଯୋଗ ଦେଇଥିଲେ।