ବିନିକା: ବିନିକା ସିଦ୍ଧାର୍ଥ ଡିଗ୍ରି କଲେଜରେ ଚାଲିଥିବା ପଶ୍ଚିମ ଜୋନ୍ସ୍ତରୀୟ ଯୁବ ରେଡ୍କ୍ରସ ସ୍ବେଚ୍ଛାସେବୀମାନଙ୍କ ତାଲିମ ଓ ଅଧ୍ୟୟନ ଶିବିର ଉଦ୍ଯାପିତ ହୋଇଯାଇଛି। ସିଦ୍ଧାର୍ଥ ଡିଗ୍ରି କଲେଜର ଅଧ୍ୟକ୍ଷ ପ୍ରଫେସର ଡ. ଧିରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ବିନିକା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ ମୁଖ୍ୟ ଅତିଥି, ସିଦ୍ଧାର୍ଥ ଜୁନିୟର କଲେଜର ଅଧ୍ୟକ୍ଷା ପ୍ରଫେସର ରେଖା ପଧାନ ଓ ଡିଗ୍ରି କଲେଜ ଅଧ୍ୟାପକ ରୁଦ୍ର ନାରାୟଣ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ଉମାକାନ୍ତ ନାଗ ସଂଯୋଜନା କରିଥିଲା ବେଳେ ମହିଳା ରେଡ୍କ୍ରସ୍ କାଉନ୍ସେଲର ବିଙ୍ଘେଶ୍ବରୀ ପୂଜାହାରୀ ପୁରସ୍କାର ବିତରଣ ଉତ୍ସବରେ ସହଯୋଗ କରିଥିଲେ। ସିଦ୍ଧାର୍ଥ ଡିଗ୍ରି କଲେଜ ରେଡ୍କ୍ରସ୍ କାଉନସେଲର ଶ୍ରୀ ମିଶ୍ର ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ। ପ୍ରତିଦିନ କଲେଜର ପିଇଟି ନାରାୟଣ ଚୌଧୁରୀ ଓ ରାଜ୍ୟ ଯୋଗ ପ୍ରଶିକ୍ଷକ ବାଳ ମୁକୁନ୍ଦ ସ୍ବାଇଁ ବ୍ୟାୟାମ ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସିଦ୍ଧାର୍ଥ ଡିଗ୍ରି କଲେଜ ଅଧ୍ୟାପକ ତଥା ଯୁବ ରେଡ୍କ୍ରସ କାଉନସେଲର ବିଶ୍ବନାଥ ମିଶ୍ରଙ୍କ ନେତୃତ୍ବରେ ଏହି ତାଲିମ କାର୍ଯ୍ୟକ୍ରମ ଚାଲିଥିଲା।
ପ୍ରଫେସର୍ ଗୋପାଳକୃଷ୍ଣ ଦାଶ, ଅଧ୍ୟାପକ ମାନସ ରଞ୍ଜନ ମିଶ୍ର, ଭଗବାନ ସାହୁ, ରୁଦ୍ରନାରାୟଣ ଦାଶ, ହରିଶ୍ଚନ୍ଦ୍ର ହୋତା, ଦୀପ୍ତିରାଣୀ ସ୍ବାଇଁ, ମିତାଲି ପଧାନ, ପ୍ରମିତା ମିଶ୍ର, ଜାନକୀ ସାମିନି, ଭାରତୀ ବାବୁ, ବିଦ୍ୟା ମହାକୁର, କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।