ଓଡ଼ିଶାର କ୍ଲାଇମେଟ ମ୍ୟାନ୍ ସତ୍ୟବ୍ରତ ସାମଲଙ୍କ ଦ୍ୱାରା ୟୁଥ୍ ଫର ୱାଟର୍ ତରଫରୁ ଆର୍ଦ୍ରଭୂମି ତଥ୍ୟାବଳୀ ରିଲିଜ୍

ଭୁବନେଶ୍ୱର: ଓଡ଼ିଶାର ଆର୍ଦ୍ରଭୂମି ଉପରେ ଏକ ଗୁରତ୍ୱପୂର୍ଣ୍ଣ ତଥ୍ୟାବଳୀ ପ୍ରସ୍ତୁତ କରାଯାଇଛି । ଯାହା ୨୦୨୩ମସିହା ଫେବୃଆରୀ ୮ତାରିଖରେ ସତଭିକ୍ସୋଲ୍ ଫାଉଣ୍ଡେସନର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ସତ୍ୟବ୍ରତ ସାମଲଙ୍କ ଦ୍ଵାରା ଭୁବନେଶ୍ୱରର ୟୁନିସେଫ୍ ସମ୍ମିଳନୀ କକ୍ଷରେ ଆରମ୍ଭ କରାଯାଇଥିଲା। ଆର୍ଦ୍ରଭୂମି ଉପରେ ପ୍ରସ୍ତୁତ ଏହି ତଥ୍ୟାବଳୀ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ଭାବରେ ଗ୍ରହଣ କରାଯାଇଛି। ଯାହା ଆର୍ଦ୍ରଭୂମିର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରେ ଓ ଏହି କାର୍ଯ୍ୟକ୍ରମରେ ମୋଟ ୨୦ଜଣ ସଦସ୍ୟ ଉପସ୍ଥିତ ଥିଲେ ଏବଂ ପ୍ରାୟ ୧୦୦୦ଜଣ ଫେସବୁକ୍ ଓ ୟୁଟ୍ୟୁବ୍ ଲାଇଭ୍ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ । ସତ୍ୟବ୍ରତ ସାମଲ, ୟୁଥ୍ ଫରୱାଟର ପ୍ଲସ୍ ଚମ୍ପିଅନ୍ ହୋଇଥିବାବେଳେ ଜଳବାୟୁ ପରିବର୍ତ୍ତନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୪୦୦ରୁ ଅଧିକ ପ୍ଲଗିଂ ଡ୍ରାଇଭ୍ (ପୂର୍ବାଞ୍ଚଳର ସର୍ବ ବୃହତ ପ୍ଲଗର୍ ଗୋଷ୍ଠୀ) ଚଳାଇଛନ୍ତି। ତାଙ୍କୁ ୮ ଫେବୃଆରୀ ୨୦୨୩ରେ ୟୁନିସେଫ୍ ଅଫିସ୍ ଭୁବନେଶ୍ୱରରେ ୟୁଥ୍ ଫରୱାଟର୍ ପ୍ଲସ୍ ଦ୍ୱାରା ‘କ୍ଲାଇମେଟ ମ୍ୟାନ୍ ଅଫ୍ ଓଡିଶା’ର ଆଖ୍ୟା ଦିଆଯାଇଥିଲା।

ୟୁନିସେଫ୍ ୱାଶ୍-ସିସିଏସ୍ ବିଶେଷଜ୍ଞ ଶିପ୍ରା ସକ୍ସେନା ଯୁବବର୍ଗଙ୍କୁ ଉତ୍ସାହିତ କରି କହିଥିଲେ ଯେ ଜଳ, ପରିମଳ, ସ୍ୱଚ୍ଛତା, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଯୁବ ସଂଗଠନ ପାଇଁ ଓଡ଼ିଶା ସରକାରଙ୍କ ସହଭାଗିତାରେ ୟୁନିସେଫ୍ ଓଡିଶା ଦ୍ୱାରା ୟୁଥ୍ ଫର ୱାଟର୍ ପ୍ଲସ୍ ଏକ ବଳିଷ୍ଠ ପଦକ୍ଷେପ। ଏହି ଅଭିଯାନ ସାରା ରାଜ୍ୟରେ ୫ ଲକ୍ଷରୁ ଅଧିକ ଯୁବବର୍ଗଙ୍କ ସହ ଜଡିତ।ଆଶାନୁରୂପକ ଭାବେ ଯୁବବର୍ଗ ନିୟୋଜିତ, ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବା ଓ ଲିଙ୍ଗଗତ ସମାନତା ସୃଷ୍ଟି ଆଦି ନିମନ୍ତେ ଏହି ଅଭିଯାନ ଗୁରୁତ୍ଵ ଆରୋପ କରୁଛି ।

ଓଡ଼ିଶାରେ, ୟୁଥ୍ ଫର ୱାଟର୍ ପ୍ଲସ୍ ଅଭିଯାନ ଯୁବକମାନଙ୍କୁ ନିୟୋଜିତ କରିବା, ସେମାନଙ୍କୁ ସଶକ୍ତ କରିବା ଓ ଜଳ ସଂରକ୍ଷଣ, ଜଳବାୟୁ ସ୍ଥିରତା ଏବଂ ୱାଶ୍ ପାଇଁ ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ପ୍ରେରଣା ଯୋଗାଉଛି ଓ ଏହି ଅଭିଯାନ ଦ୍ଵାରା ଏହି କ୍ଷେତ୍ରରେ ନବସୃଜନ ଓ ଔଦ୍ୟୋଗିକ ବିକାଶ ଉପରେ ଧ୍ୟାନ ଦିଆଯାଇଛି ଓ ଅନ୍ଳାଇନ୍ ପ୍ରଶିକ୍ଷଣ ପ୍ରଦାନ ଏବଂ ଅଭିନବ ଢଙ୍ଗରେ ସହଭାଗୀ କାର୍ଯ୍ୟକଳାପରେ ମୂଲ୍ୟ ବୃଦ୍ଧି କରି, ୟୁଥ୍ ଫର ୱାଟର୍ ପ୍ଲସ୍ ଅଭିଯାନ ଗତ ବର୍ଷରେ ହଜାର ହଜାର ଯୁବକମାନଙ୍କ ନିକଟରେ ପହଞ୍ଚିପାରିଛି | ଓଡ଼ିଶାର କ୍ଲାଇମେଟ ମ୍ୟାନ୍ ସତ୍ୟବ୍ରତ ସାମଲ କହିଛନ୍ତି, “ଯୁବକମାନେ ଏହି ଜାତିର ଭବିଷ୍ୟତ । ଆମର ଅଭିଯାନ ମାଧ୍ୟମରେ ଆମେ ଜଳବାୟୁ ପରିବର୍ତ୍ତନର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଲୋକଙ୍କ ନିକଟରେ ପହଞ୍ଚିଥାଉ। ୟୁଥ ଫର ୱାଟର୍ ପ୍ଲସ୍ ଦ୍ଵାରା ବିକଶିତ ଏହି ତଥ୍ୟାବଳୀ ଅତ୍ୟନ୍ତ ସୂଚନାପୂର୍ଣ୍ଣ ଏବଂ ଜଳବାୟୁ ସମ୍ପର୍କିତ କାର୍ଯ୍ୟକଳାପ ଦିଗରେ ଓଡିଶାର ଯୁବକମାନଙ୍କୁ ଏକ ନୂତନ ଦିଗ ପ୍ରଦାନ କରିବ।

ସମ୍ବନ୍ଧିତ ଖବର