ଆର୍ଦ୍ରଭୂମି ସୁରକ୍ଷା ମାମଲା: ୪ ଜିଲ୍ଲାପାଳଙ୍କ ସତ୍ୟପାଠ ଦାଖଲ

କେନ୍ଦ୍ର ସରକାରଙ୍କୁ ଜବାବ ତଲବ

କଟକ : ଚିଲିକା ଓ ଭିତରକନିକାର ଆର୍ଦ୍ରଭୂମି ସୁରକ୍ଷା ସଂପର୍କିତ ମାମଲାରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ସମୟରେ ବେଆଇନ ଘେରି ଉଚ୍ଛେଦ ପ୍ରସଙ୍ଗରେ ସାନି ସ୍ଥିତି ନେଇ ଅବଗତ କରିବାକୁ ଚାରି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବେଆଇନ ଚିଙ୍ଗୁଡ଼ି ଚାଷ ଉପରେ ଅଙ୍କୁଶ ପାଇଁ କୋଷ୍ଟାଲ ଆକ୍ବାକଲଚର୍‌ ଅଥରିଟି ଆକ୍ଟ, ୨୦୦୫ (ସିଏଏ ଆଇନ)ରେ ଥିବା ବ୍ୟବସ୍ଥା ରାଜ୍ୟରେ ଠିକ୍ ଭାବେ କାର୍ଯ୍ୟକାରୀ,  ସିଏଏ ଆଇନ ଅଧୀନରେ ଗଠିତ ପ୍ରାଧିକରଣ/କର୍ତ୍ତୃପକ୍ଷରେ ଖାଲି ପଡ଼ିଥିବା ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସଂଗରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୬କୁ ଧାର୍ଯ୍ୟ କରାଯାଇଛି।

ଆମିକସ୍ କ୍ୟୁରୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର