କଟକ : ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଚିଲିକାରେ ବେଆଇନ୍ ଚିଙ୍ଗୁଡି ଚାଷ ଉପରେ ବିଶେଷ ଭାବେ ଶୁଣାଣି ହୋଇଥିଲା। ଆମିକସ୍ କ୍ୟୁରିଙ୍କ ପକ୍ଷରୁ ଦାଖଲ ରିପୋର୍ଟରେ ପ୍ରଥମେ ଚିଲିକାରେ ଜବର ଦଖଲ କରି ଚାଲଥିବା ଚିଙ୍ଗୁଡି ଚାଷକୁ ବେଆଇନ୍ ଘୋଷଣା ସହିତ ଏଭଳି କାର୍ଯ୍ୟରେ ସପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଚିଲିକା ହ୍ରଦର ଭିତର ଅଂଶ ଓ ଚିଲିକା କୂଳଠାରୁ ୨କିମି ପରିଧି ମଧ୍ୟରେ କେତେ ସଂଖ୍ୟାରେ ବେଆଇନ ଘେରି ରହିଛି ଓ କେଉଁମାନେ ଜବର ଦଖଲ କରି ଏପରି ଚିଙ୍ଗୁଡି ଚାଷ ଚଳାଇଛନ୍ତି ସେ ସଂପର୍କରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮, ଫେବ୍ରୁଆରି ୧୫ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଚିଲିକା ହ୍ରଦ ଓ ଭିତରକନିକା ଆର୍ଦ୍ରଭୂମୀ ସୁରକ୍ଷା ପ୍ରସଙ୍ଗରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ହାଇକୋର୍ଟର ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କ ପକ୍ଷରୁ ରୁଜୁ ମାମଲାକୁ ଅମିକସ୍ କ୍ୟୁରି ମୋହିତ ଅଗ୍ରଓ୍ଵାଲ, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା, ସରକାରଙ୍କ ତରଫରୁ ଏଜିଏ ବିଷ୍ଣୁପ୍ରସାଦ ପ୍ରଧାନ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ ସୁକାନ୍ତ ଦଳାଇ, ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।
ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ
ଚିଲିକା ଓ ଭିତରକନିକା ସୁରକ୍ଷା ପ୍ରସଂଗକୁ ନେଇ ଜନସ୍ୱାର୍ଥ ମାମଲା
/sambad/media/post_attachments/wp-content/uploads/2018/01/chilika.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)