ସୁନ୍ଦରଗଡ଼ରେ କରୋନା ମୃତ୍ୟୁ ବୃଦ୍ଧି ପଛରେ କାରଣ କ’ଣ ? ସିଏଫ୍‌ଆର୍‌ ୧% ଟପିଲା

ଦିନକରେ ୭୩୦ ପଜିଟିଭ୍, ୧୬ ମୃତ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲାରେ ହଠାତ୍ କରୋନା ମୃତ୍ୟୁ ବୃଦ୍ଧି ପାଇବା ପଛରେ କାରଣ କ’ଣ ? ଗତ ୧୫ଦିନ ହେବ ସୁନ୍ଦରଗଡ଼ରେ ମୃତ୍ୟୁ ସଂଖ୍ୟାରେ ବଢ଼ିବାରେ ଲାଗିଛି। ଏପରିକି କେସ୍ ଫାଟାଲିଟି ରେଟ୍‌ ବା ସିଏଫ୍‌ଆର ୧ ପ୍ରତିଶତକୁ ବଳି ଗଲାଣି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୩,୦୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୬ଜଣ ପ୍ରାଣ ହରାଇଛନ୍ତି। ପ୍ରତ୍ୟେକ ଦିନ ଏହି ସଂଖ୍ୟା ବଢ଼ୁଛି। ଗଞ୍ଜାମ ପରେ ରାଜ୍ୟର ଦ୍ବିତୀୟ ଜିଲ୍ଲା ଭାବେ ସୁନ୍ଦରଗଡ଼ରେ ସିଏଫ୍‌ଆର ୧ ପ୍ରତିଶତକୁ ଛୁଇଁଛି।

ଯଦିଓ ସଂଖ୍ୟା ଦୃଷ୍ଟିରୁ ଖୋର୍ଧା ଜିଲ୍ଲାରେ ଅଧିକ ମୃତ୍ୟୁ ହୋଇଛି, ମାତ୍ର ସଂକ୍ରମଣ ତୁଳନାରେ ଏହା ଯଥେଷ୍ଟ କମ୍। ରାଜ୍ୟରେ ହେଉଥିବା କରୋନା ମୃତ୍ୟୁର ଡେଥ୍ ଅଡିଟ୍‌ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ କରୁଥିବା ବେ‌ଳେ ଏବେ ଜିଲ୍ଲାସ୍ତରରେ ଏହି ଦାୟିତ୍ବ ଦିଆଯାଇଛି। ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ସୁନ୍ଦରଗଡ଼ରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପୂର୍ବରୁ ଜମା ରହିଥିବା ମୃତ୍ୟୁର ହିସାବ ଏବେ ଦିଆଯାଉଛି ନା ଏବେ ବି ମୃତ୍ୟୁ ଜାରି ରହିଛି ତାହା ସ୍ପଷ୍ଟ ହୋଇପାରୁ ନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଛି। ସୁନ୍ଦରଗଡ଼ ୪, ପୁରୀ ୩, ଖୋର୍ଧା ୨, ଅନୁଗୁଳ, ବରଗଡ଼, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ୧୬୮୭କୁ ବୃଦ୍ଧି ପାଇଛି। ରାଜ୍ୟରେ ସାମଗ୍ରିକ ଭାବେ ସିଏଫ୍‌ଆର ୦.୫ ପ୍ରତିଶତ ରହିଛି।

ଗତ ୨୪ଘଣ୍ଟାରେ ୭୩୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧ ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ବୌଦ୍ଧ ଓ କନ୍ଧମାଳରେ ଜଣେ ଲେଖାଏଁ, ଗଜପତି ଓ ଦେବଗଡ଼ରେ ୪ ଲେଖାଏଁ, ମାଲକାନଗିରି ୩, କୋରାପୁଟ ୫, ନବରଙ୍ଗପୁର ଓ ଢେଙ୍କାନାଳରେ ୭ ଲେଖାଏଁ, ରାୟଗଡ଼ା ଓ ନୟାଗଡ଼ରେ ୮ ଲେଖାଏଁ, ସମ୍ବଲପୁର ଓ ସୋନପୁରରେ ୯ ଲେଖାଏଁ, ଅନୁଗୁଳ ୪୪, ବାଲେଶ୍ବର ୫୩, ବରଗଡ଼ ୨୧, ବଲାଙ୍ଗୀର ୪୦, କଟକ ୪୯, ଗଞ୍ଜାମ ୧୨, ଜଗତସିଂହପୁର ୨୪, ଯାଜପୁର ଓ ଝାରସୁଗୁଡ଼ା ୨୫ ଲେଖାଏଁ, କଳାହାଣ୍ଡି ୩୩, କେନ୍ଦ୍ରାପଡ଼ା ୧୪, କେନ୍ଦୁଝର ୪୦, ଖୋର୍ଧା ୬୫, ମୟୂରଭଞ୍ଜ ୬୮, ନୂଆପଡ଼ା ୪୬, ସୁନ୍ଦରଗଡ଼ ୫୭ ଓ ଷ୍ଟେଟ୍‌ ପୁଲରୁ ୧୨ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୬ହଜାର ୧କୁ ବୃଦ୍ଧି ପାଇଛି।

ରାଜ୍ୟରେ ୭୨୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୮ହଜାର ୧୦୨କୁ ବୃଦ୍ଧି ପାଇଛି। ଖୋର୍ଧାରୁ ସର୍ବାଧିକ ୧୦୩ଜଣ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ୭୩, ସୁନ୍ଦରଗଡ଼ ୬୭, ନୂଆପଡ଼ା ୪୪, କଟକ ୪୨, ବାଲେଶ୍ବର ୩୭, ବଲାଙ୍ଗୀର ୩୨, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୩୦ ଲେଖାଏଁ, ସମ୍ବଲପୁର ୨୮, ଷ୍ଟେଟ୍‌ ପୁଲ ୨୬, କେନ୍ଦୁଝର ୨୫, ଅନୁଗଳ ୨୪, ବରଗଡ଼ ୨୧, ଝାରସୁଗୁଡ଼ା ୧୭, ଯାଜପୁର ଓ କଳାହାଣ୍ଡିରେ ୧୪ ଲେଖାଏଁ, ଢେଙ୍କାନାଳ ଓ ପୁରୀରୁ ୧୩ ଲେଖାଏଁ, ଭଦ୍ରକ ୧୧, ମାଲକାନଗିରି ଓ ନବରଙ୍ଗପୁରରେ ୧୦ ଲେଖାଏଁ, ଗଞ୍ଜ‌ାମ ୯, ନୟାଗଡ଼ ଓ ସୋନପୁର ୭ ଲେଖାଏଁ, କନ୍ଧମାଳ ୫, ରାୟଗଡ଼ା ୩, କୋରାପୁଟ ୨ ଓ ବୌଦ୍ଧରୁ ଜଣେ ‌ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬,୧୫୯କୁ ଖସି ଆସିଛି।

ସମ୍ବନ୍ଧିତ ଖବର