ଭୁବନେଶ୍ବର: ମହାନଦୀ ଜଳ ବିବାଦ ସମାଧାନ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଜଳ ଆୟୋଗ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଭଲ କଥା । ତେବେ ସମାଧାନ ପାଇଁ କ’ଣ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସହ କ’ଣ ଆଲୋଚନା କଲେ ତାହା ସାର୍ବଜନୀନ ହେବା ଦରକାର ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆମେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଆମେ ଯାଇଥିଲୁ । ହେଲେ ସମାଧାନ ହୋଇ ନଥିଲା । ବିଜେପି ସରକାର ଶାସନକୁ ଆସିବା ପରେ କହିଥିଲେ ଆମେ ମହାନଦୀ ଜଳ ବିବାଦର ସମାଧାନ କରିବୁ ।
ଏବେ ଟ୍ରିପଲ୍ ଇଞ୍ଜିନ୍ ସରକାର । ଆମେ ଆଶା କରୁଛୁ ସମାଧାନ କରିବା ପାଇଁ । ଆପୋଷ ସମାଧାନ କରନ୍ତୁ । ଓଡ଼ିଶାବାସୀ ଆଶା ରଖିଛନ୍ତି । ଅମେ ବି ଆଶା ରଖୁଛୁ ।
କିନ୍ତୁ ଓଡ଼ିଶା ମହାନଦୀରୁ ଯେତିକି ହକ ପାଇବା କଥା ତିନୋଟି ଋତୁରେ ତାହା ପାଇବା ଦରକାର । କିଛି ଦିନ ତଳେ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ବୋଲି ସେ କହିଛନ୍ତି।
Debi Prasad Mishra | BJD | Mahanadi water dispute issue
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/07/what-the-government-is-doing-to-resolve-the-mahanadi-water-dispute-issue-must-be-made-public-devi-mishra-2025-08-07-15-25-18.jpg)