କାଲି କଂଗ୍ରେସର ଓଡିଶା ବନ୍ଦ ଡାକରା ବେଳେ କେଉଁ ଜିନିଷ ରହିବ ବନ୍ଦ, କ’ଣ ଖୋଲା ରହିବ ଜାଣନ୍ତୁ

ଭୁବନେଶ୍ବର: ତେଲଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ । ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏହି ବନ୍ଦ ପାଳନ ହେବ ବୋଲି ଓଡ଼ିଶା ପ‌ଦେଶ କଂଗ୍ରେସ (ପିସିସି) ସଭାପତି ନିରଂଜନ ପଟ୍ଟନାୟକ ପୂର୍ବରୁ ସୂଚନା‌ ଦେଇଛନ୍ତି। ତେବେ ଜାଣନ୍ତୁ ଏହି ବନ୍ଦ ପାଳନ ସମୟରେ କ’ଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ…

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ଯେ ଜନସାଧାରଣଙ୍କ ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସର ଓଡ଼ିଶା ବନ୍ଦ ସମୟରେ ଯାତ୍ରୀ ବସ୍‌ଗୁଡ଼ିକ ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପିର ରାଜ୍ୟର ସମସ୍ତ ବିଦ୍ୟାଳୟ ଆସନ୍ତା ୨ ଦିନ (ସୋମବାର ଓ ମଂଗଳବାର) ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

କଂଗ୍ରେସର ବନ୍ଦ ଡାକରା ନେଇ ଘୋଷଣା କରିବା ପରେ ଏନେଇ ଆଜି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଅଧିନରେ ଆସୁଥିବା ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ। ଏଥିରେ ଘରୋଇ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ମଧ୍ୟ ସାମିଲ ରହିଛି।

ବନ୍ଦ ରହିବ 

  • ପେଟ୍ରୋଲ ପମ୍ପ
  • ଘରୋଇ ବସ
  • ସମସ୍ତ ଶିକ୍ଷାନୁଷ୍ଠାନ
  • ଦୋକାନ ବଜାର
  • ଗାଡି ଚଳାଚଳ

ଖୋଲା ରହିବ

  • ଔଷଧ ଦୋକାନ
  • ସ୍ୱାସ୍ଥ୍ୟସେବା ଜାରି ରହିବ
  • ଆମ୍ବୁଲାନ୍ସ ଏବଂ ଦୁଗ୍ଧ ଗାଡି ବନ୍ଦରୁ ବାଦ
  • ବାହାଘର ଓ ଅନ୍ତିମ ସଂସ୍କାର ଗାଡି ଚାଲିବ
  • ଜରୁରୀକାଳୀନ ସେବା ବନ୍ଦ ପାଳନରୁ ବାଦ
ସମ୍ବନ୍ଧିତ ଖବର