ମାଲକାନଗିରି: ୨୦୧୮ ମସିହାରେ ଆଦିବାସୀମାନଙ୍କ କଳା, ସଂସ୍କୃତି, ପରଂପରାକୁ ବଞ୍ଚାଇ ରଖିବା ସହ ପ୍ରତ୍ସାହନ ଦେବା ପାଇଁ ବିଜେଡି ସରକାର ଏହାକୁ ଆରମ୍ଭ କରିଥିଲେ। କିନ୍ତୁ ନିର୍ବାଚନ ସମୟରେ ଏହାର ଅଧକ୍ଷ ନିଯୁକ୍ତି କରାଯାଏ ଓ ନିର୍ବାଚନ ସରିଗଲେ ଆଦିବାସୀଙ୍କ କଥା ଭୁଲିଯାଉଥିଲେ। ମାଲକାନଗିରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାରେ ୨୦୧୮ ମସିହାରେ ସ୍ବତନ୍ତ୍ର ପରିଷଦ ଗଠନ ସହ ଆଡମା ରାବାଙ୍କୁ ଅଧ୍ୟକ୍ଷ ପଦବି ନିଯୁକ୍ତି କରାଯାଇଥିଲା। ସ୍ବତନ୍ତ୍ର ପରିଷଦର ଲକ୍ଷ୍ୟ ଥିଲା ଯେ ଜିଲ୍ଲାରେ ବାସ କରୁଥିବା ଆଦିବାସୀଙ୍କ କଳା, ସଂସ୍କୃତି ଓ ପରଂପରାକୁ ବଞ୍ଚାଇ ରଖିବା। ଏହି ଲକ୍ଷ୍ୟ ନେଇ ଜିଲ୍ଲାରେ କୋଟି କୋଟି ଟଂକା କର୍ଚ୍ଚ କରାଗଲା।

Advertisment

ଆଦିବାସୀଙ୍କ କମ୍ୟୁନିଟି ହଲ,ହୁଣ୍ଡିଘର,ସଂସ୍କତି ପୀଠ,ସଂସ୍କୃତି କ୍ଲବ,ବାଦ୍ୟଯନ୍ତ୍ର ପ୍ରଦାନ,ଆଦିବାସୀଙ୍କ ସିଙ୍ଗାର ପ୍ରଦାନ ଭଳି ବହୁ ଜିନିଷ ପ୍ରଦାନ କରାଯାଉଛି।ଏବେ ଜିଲ୍ଲାର କୋଣ ଅନୁକୋଣରେ ତତ୍କାଳୀନ ସରକାର ଆଦିବାସୀଙ୍କ ସଂସ୍କୃତିକୁ ବଜାୟ ରଖିବା ପାଇଁ ଚେଷ୍ଟା ଚଳାଇଥିଲେ।ଗତ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ ୪୦ କୋଟି ଟଂକା ଖର୍ଚ୍ଚ ହୋଇସାରିଲାଣି।ଏବେ ସରକାର ବଦଳିଛି।ସ୍ବତନ୍ତ୍ର ବିକାଶ ପରିଷଦର ଭାଗ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ଦୁଃଖର ବିଷୟ ଆଦିବାସୀଙ୍କ ପାଇଁ ନିର୍ମାଣ ହୋଇଥିବା ସଂସ୍କୃତି କ୍ଲବ ଓ ପୀଠ ଗୁଡିକ ଅଳିଆ ଆବର୍ଜନାରେ ପୋତି ହୋଇଗଲାଣି।ଏଗୁଡିକର ନା ବ୍ୟବହାର ହେଉଛି ନା ହେଉଛି ରକ୍ଷଣା ବେକ୍ଷଣ।ଏହା ତତ୍କାଳୀନ ବିଜେଡି ସରକାର ନିର୍ବାଚନ ଥୋପ ଭାବେ ଗଠନ କରିଥିବା ଅଭିଯୋଗ ହୋଇଛି।କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସେଭଳି କୌଣସି ଅଡିବାସୀଙ୍କ କଳା, ସଂସ୍କୃତି କିମ୍ବା ପ୍ରତିଭାର ଉନ୍ନତି ହେଉଛି ନା ଲୋକଲୋଚନକୁ ଆସୁଛି।ସରକାର ବଦଳିବା ପରେ ଏବେ ଏଜି ଉନୟନ ସଂସ୍ଥା ରହିବ ନା ,ଯଦି ରହିବ କେଉଁ ଲକ୍ଷ୍ୟରେ କାର୍ଯ୍ୟ କରିବ।ପୁଣି ଏହାର ନାମ ପରିବର୍ତ୍ତନ ନେଇ ଚର୍ଚା ମଧ୍ୟ ହେଉଛି।ଏଥିସହ ଏହାର ଅଧ୍ୟକ୍ଷ ପଦକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି।ବର୍ତ୍ତମାନ ବିଜେଡି ସରକାରଙ୍କ ତରଫରୁ ଦିଆଯାଇଥିବା ନିଯୁକ୍ତିକୁ ରଦ୍ଦ କରି ବିଜେପି ସରକାର ନୂଆ ଅଧ୍ୟକ୍ଷ ପଦବୀରେ ନିଜର ଆଦିବାସୀ ନେତାଙ୍କୁ ଥଇଥାନ କରିବେ ବୋଲି ଚର୍ଚ୍ଚା ଚାଲିଛି।ବିଜେପି ତରଫରୁ ଅଧ୍ୟକ୍ଷ ପଦକୁ ନେଇ ମଧ୍ୟ ସଜବାଜ ଚାଲିଥିବା ଜଣାପଡିଛି।ବିଜେପିର ଆଗଧାଡିର କିଛି ଆଦିବାସୀ ନେତା ରହିଛନ୍ତି ଯେଉଁମାନେ ଏଥିପାଇଁ ଦାବିଦାର ବୋଲି କୁହାଯାଇଛି।କିନ୍ତୁ ଜିଲ୍ଲା ବିଜେପି ତରଫରୁ ଏନେଇ ମୁହଁ ଖୋଲାଯାଉନାହିଁ।ସମୟ ଆସିଲେ ସବୁ ବିଷୟ ଜଣାପଡିବ ବୋଲି ବିଜେପି କହୁଛି।ଏହି ପଦରୀରେ ବିଜେଡିର ଆଡମା ରାବା ପଦସ୍ଥ ଥିବା ବେଳେ ତାଂକ ପ୍ରତିକ୍ରିୟା ମଧ୍ୟ ନିଆଯିବାରୁ ସେ ସରକାରଙ୍କ ଉପରେ ସବୁ ଛାଡି ଦେଇଥିଲେ।ସରକାର ଯାହାକୁ ଚାହିଁଲେ ସେ ଅଧ୍ୟକ୍ଷ ହେବେ ବୋଲି କହିଥିଲେ।ତେବେ ସ୍ବତନ୍ତ୍ର ପରିଷଦର ଭାଗ୍ୟ କଣ ହେବ ତାହା ଉପରେ ସମସ୍ତଙ୍କ ନଜର।