୬୦ ଘଣ୍ଟିଆ ସଟଡାଉନ୍ : ଜାଣନ୍ତୁ କେଉଁ କେଉଁ ଜରୁରୀ ସେବା ଜାରି ରହିବ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ପକ୍ଷରୁ ୩ଟି ଜିଲ୍ଲା ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ୬୦ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ଏହି ଲକଡାଉନ ଆସନ୍ତା ଏପ୍ରିଲ ୨୬ ରାତି ୧୦ଟା ପର୍ଯନ୍ତ ଲାଗୁହେବ । ତେବେ ଏହି ସମୟରେ କେତେକ ଜରୁରୀ ସେବା ଜାରି ରହିବ ।

ଯେଉଁ ଅତ୍ୟାବଶ୍ୟକ ସେବା ଓ ପ୍ରତିଷ୍ଠାନ ଚାଲୁ ରହିବ ତାହା ନିମ୍ନରେ ଦିଆଗଲା….

-ହସପିଟାଲ, ଆମ୍ବୁଲାନ୍ସ
-ପୁଲିସ ଓ ଦମକଳ ବାହିନୀ
– ଟେଲିକମ ସେବା
-ପୌରସଂସ୍ଥା ଦ୍ୱାରା ଚିହ୍ନିତ ପେଟ୍ରୋଲ ପମ୍ପ
– ମାଲ ପରିବହନ ପାଇଁ ରେଳ ଓ ବିମାନବନ୍ଦର
– ଜିଲ୍ଲା ପୁଲିସ ଦ୍ୱାରା ଚିହ୍ନିତ ଇଲେକ୍ଟ୍ରୋନିକ ମିଡିଆ
– କରୋନା ପରିଚାଳନା ପାଇଁ ଉଦ୍ଦିଷ୍ଟ ଆଇଟି/କଲ ସେଣ୍ଟର
-ପୌରସଂସ୍ଥାର ଜଳଯୋଗାଣ, ପରିମଳ ଓ ସେ୍ୱରେଜ ବିଭାଗ
-ବିଦ୍ୟୁତ ଯୋଗାଣ ଅଫିସ
-ଔଷଧ ନିୟନ୍ତ୍ରକ/ପୌରସଂସ୍ଥା ଦ୍ୱାରା ଚିହ୍ନିତ ଔଷଧ ଦୋକାନ
– ମାଲ ପରିବହନ କରୁଥିବା ଟ୍ରକ
– ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନା
– କୋରନା ନମୁନା ସଂଗ୍ରହ, କ୍ୱାରାଣ୍ଟାଇନ, କଣ୍ଟେନମେଣ୍ଟ ସଂପର୍କିତ କାର୍ଯ୍ୟକଳାପ ।

ସମ୍ବନ୍ଧିତ ଖବର