ଓଡ଼ିଶାରେ ଲାଗୁ ହେବାକୁ ଥିବା ଲକଡାଉନ ସମୟରେ କ’ଣ ଖୋଲା ଓ କ’ଣ ବନ୍ଦ?

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ରାଜ୍ୟକୁ ୧୪ଦିନ ପାଇଁ ଲକଡାଉନ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ହେବ। ତେବେ ଏହି ଲକଡାଉନ ଅବଧି ମଧ୍ୟରେ ସରକାର କେଉଁ ସେବାକୁ ଅନୁମତି ଦେଇଛନ୍ତି ଆସନ୍ତୁ ଜାଣିବା….

– ଲକଡାଉନ ସମୟରେ ଟିକାକରଣ ଜାରି ରହିବ।

– ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ।

– ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ।

– ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଚଳାଚଳ କରିବ ଆମ୍ବୁଲାନ୍ସ।

– ଜାରି ରହିବ ବ୍ୟାଙ୍କ ଓ ଏଟିଏମ ସେବା।

– ଲୋକେ ହୋଟେଲ ବା ରେସ୍ତୋରାଁରେ ବସି ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେବାକୁ ଅନୁମତି ଦିଆଯିବ।

– ଲକଡାଉନ ଓ ସଟଡାଉନ ସମୟରେ ଅନଲାଇନ ଡେଲିଭରୀ ଓ ହୋମ ଡେଲିଭରୀକୁ ମିଳିବ ଅନୁମତି।

– ସମସ୍ତ ପ୍ରକାରର ଔଷଧ ଦୋକାନ ଖୋଲା ରହିବ।

– କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ। କିନ୍ତୁ ଦୋକାନ ମଧ୍ୟରେ ୩୦ଫୁଟ ଦୂରତା ରହିବ।

– ପରିବହନ ସେବା କଟକଣା ମୁକ୍ତ ହେବ।

– ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ।

– ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ।

– ଘରଠୁ ୫୦୦ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ସୋମବାରରୁ ଶୁକ୍ରବାର ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ। ଶନିବାର ଓ ରହିବାର ଏହି ସେବା ଉପଲବ୍ଧ ହେବ ନାହିଁ।

– ଔଷଧ ଦୋକାନକୁ ଯାଇ ଲୋକେ ଔଷଧ କିଣିପାରିବେ।

– ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିତରଣ ହେବ।

– ବୈଦୁତିକ, ମୁତ୍ରିତ ଏବଂ ୱେବ ମିଡିଆକୁ ଅନୁମତି।

– ପେଟ୍ରୋଲ ପମ୍ପ ଓ ରୋଷେଇ ଗ୍ୟାସ ଯୋଗାଣକୁ ଅନୁମତି।

– ସମ୍ପୂର୍ଣ୍ଣ କଟକଣା ମୁକ୍ତ ରହିବ ଚାଷ ସମ୍ପର୍କିତ କାର୍ଯ୍ୟକ୍ରମ।

– ସେବା ଯୋଗାଇବେ ଇଲେକ୍ଟ୍ରିସିଆନ,ମୋଟର ମେକାନିକ, ପାଇପ ମିସ୍ତ୍ରୀ

ଲକଡାଉନ ସମୟରେ କ’ଣ ବନ୍ଦ ରହିବ?

– ଯାତ୍ରୀବାହୀ ବସ ଚଳାଚଳ ଉପରେ କଟକଣା।

– ଅଟୋ ରିକ୍ସା, ଟ୍ୟାକ୍ସି, କ୍ୟାବ ଚଳାଚଳ ଉପରେ କଟକଣା।

– ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ।

– ସିନେମା ହଲ୍, ମଲ୍, ଜିମ୍, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ।

– ବିବାହ କାର୍ଯ୍ୟ ପାଇଁ ସର୍ବାଧିକ ୫୦ଜଣଙ୍କୁ ଓ ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ ୨୦ଜଣଙ୍କୁ ଅନୁମତି।

– ସାପ୍ତାହିକ ଓ ଦୈନିକ ହାଟ ଚାଲିପାରିବ ନାହିଁ।

– ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ ଉପରେ କଟକଣା।

– ଯାତ୍ରା, ଅପେରା, ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ ରହିବ।

– ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା।

ସମ୍ବନ୍ଧିତ ଖବର