ପୌର ନିର୍ବାଚନ: ଏଥର ନିର୍ବାଚନରେ ନୂଆ କ’ଣ? ଗୋଟିଏ ସ୍ତ୍ରୀ, ଦୁଇଟି ପିଲା ବୋଲି ସତ୍ୟପାଠ ଦେବାକୁ ପଡ଼ିବ

ରାଜ୍ୟରେ ପ୍ରଥମ ଥର ପାଇଁ ପୌରାଧ୍ୟକ୍ଷ ଏବଂ ମେୟର ନିର୍ବାଚନ ପ୍ର‌ତ୍ୟକ୍ଷ ଭାବେ ହେଉଥିବାରୁ ନିର୍ବାଚନ କମିସନଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଏଥିପାଇଁ ପ୍ରତ୍ୟେକ ବୁଥ୍‌ରେ ଦୁଇଟି ଇଭିଏମ୍‌ ପୃଥକ କୋଠରୀରେ ରହିବ। ଗୋଟିଏ କାଉନସିଲର/କର୍ପୋରେଟର ନିର୍ବାଚନ ପାଇଁ ଆଉ ଗୋଟିଏ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ରହିବ।

କାଉନସିଲର/କର୍ପୋରେଟର ନିର୍ବାଚନ ପାଇଁ ଗୋଲାପି ରଙ୍ଗର କାଗଜ ଏବଂ ପୌରାଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ହଳଦିଆ କାଗଜ ଇଭିଏମ୍‌ରେ ବ୍ୟବହାର କରାଯିବ। ସମାନ ରଙ୍ଗର ଷ୍ଟିକର କଣ୍ଟ୍ରୋଲ ୟୁନିଟରେ ଲଗାଯିବ।

ଇଭିଏମ୍‌ରେ ‌ନୋଟା ଅପ୍ସନ୍ ରହିବ। ବାଲଟ୍ ୟୁନିଟର ଶେଷ ପ୍ରାର୍ଥୀ ପରେ ନୋଟା ରହିବ।

ପ୍ରାର୍ଥୀମାନେ ଦୁଇଟି ସତ୍ୟପାଠ ଦାଖଲ କରିବେ। ପ୍ରଥମଟିରେ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ଉତ୍ୟାଦି ରହିବ। ଦ୍ବିତୀୟଟିରେ ଗୋଟିଏ ସ୍ତ୍ରୀ ଜୀବିତ ଏବଂ ଦୁଇରୁ ଅଧିକ ପିଲା ନଥିବା ନେଇ ଉଲ୍ଲେଖ କରିବେ। ଏକାଧିକ ସ୍ତ୍ରୀ କିମ୍ବା ଦୁଇରୁ ଅଧିକ ପିଲା ଥିଲେ ପୌର ନିର୍ବାଚନରେ ଜଣେ ପ୍ରାର୍ଥୀ ହୋଇପାରିବେନି।

The New Indian Express

୪ ନୂଆ ଏନ୍‌ଏସିରେ ନିର୍ବାଚନ ହେବ, ୨ ଏନ୍‌ଏସିରେ ହେବନି
ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ଅଧିକାଂଶ ପୌର ପରିଷଦଗୁଡ଼ିକର କାର୍ଯ୍ୟକାଳ ସେପ୍ଟେମ୍ବର,୨୦୧୮ରୁ ପର୍ଯ୍ୟାୟକ୍ରମେ ଶେଷ ହୋଇଛି। ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟକାଳ ସେପ୍ଟେମ୍ବର, ୨୦୧୮ରେ, ଭୁବନେଶ୍ବର ଓ କଟକ ମହାନଗର ନିଗମର କାର୍ଯ୍ୟକାଳ ଯଥାକ୍ରମେ ଜାନୁଆରି ଓ ଫେବ୍ରୁଆରି ୨୦୧୯ରେ ଶେଷ ହୋଇଛି। ତେଣୁ ଏଠାରେ ନିର୍ବାଚନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ହେଲେ ହିନ୍ଦୋଳ ଓ ଅଟାବିରା ଏନ୍‌ଏସିର କାର୍ଯ୍ୟକାଳ ଶେଷ ହୋଇନି। ତେଣୁ ଏଠାରେ ଏବେ ନିର୍ବାଚନ ହେବନି। କିନ୍ତୁ ନବଗଠିତ ଚାରିଟି ଏନ୍‌ଏସି ରେମୁଣା, ଚାନ୍ଦବାଲି, ଧାମନଗର ଏବଂ ବିଜେପୁରରେ ପ୍ରଥମ ଥର ପାଇଁ ପୌର ନିର୍ବାଚନ ହେବ।

ଭୋଟ୍‌ର ୩୦ମିନିଟ ପୂର୍ବରୁ ହେବ ମକ୍‌ ପୋଲ୍‌
ଭୁବନେଶ୍ବର : ଚଳିତ ଥର ପ୍ରଥମ କରି ଇଭିଏମ୍‌ରେ ପୌର ନିର୍ବାଚନ ହେଉଥିବାରୁ ଯେପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟଙ୍କ ମଧ୍ୟରେ ଇଭିଏମ୍‌ରେ ପୂର୍ବରୁ ଭୋଟିଂ ହୋଇଥିବା ନେଇ ସନ୍ଦେହ ରହିବନି ସେଥିପାଇଁ ମତଦାନର ୩୦ମିନିଟ ପୂର୍ବରୁ ମକ୍ ‌ପୋଲ୍‌ ହେବ। ସବୁ ବୁଥ୍‌ରେ ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଏହି ମକ୍‌ ପୋଲ୍‌ ହେବ। ଏଥିରେ ପ୍ରତି ପ୍ରାର୍ଥୀଙ୍କୁ ସମାନ ଭୋଟ୍‌ ଦିଆଯିବ। ନୋଟା ବି ଦିଆଯିବ। ଏହାପରେ ଗଣତି କରି ଦେଖାଯିବ। ପ୍ରଥମେ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ପରେ କାଉନସିଲର/କର୍ପୋରେଟର ପଦବି ପାଇଁ ଭୋଟ୍ ହେବ। ଏହାପରେ ପ୍ରିଜାଇଡିଂ ଅଫିସର ଦୁଇଟି ଇଭିଏମ୍‌ ଠିକ୍ ଅଛି ଏବଂ ମକ୍ ପୋଲ୍‌ ହୋଇଛି ବୋଲି ନିର୍ବାଚନ କମିସନଙ୍କୁ ଲେଖିକି ଜଣାଇବେ। ଏଥିପାଇଁ ଏକ ଫର୍ମ ଦିଆଯାଇଛି।

NDTV.com

କେତେ ଗାଡ଼ି ବ୍ୟବହାର କରିପାରିବେ
କାଉନସିଲର/କର୍ପୋରେଟର ୨ଟି
ପୌରାଧ୍ୟକ୍ଷ ୪ଟି
ମେୟର ୬ଟି
ରାଜନୈତିକ ଦଳ ୨ଟି

ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ
ପୌର ପରିଷଦ କାଉନସିଲର/କର୍ପୋରେଟର ପୌରାଧ୍ୟକ୍ଷ/ମେୟର ପ୍ରାର୍ଥୀ
୫୦ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ଏନ୍‌ଏସି/ମ୍ୟୁନିସପାଲଟି ୫୦ହଜାର ୨ଲକ୍ଷ
୫୦ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ଏନ୍‌ଏସି/ମ୍ୟୁନିସପାଲଟି ୭୫ହଜାର ୩ଲକ୍ଷ
୧ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ମ୍ୟୁନିସପାଲଟି ୧ଲକ୍ଷ ୫ଲକ୍ଷ
ମହାନଗର ନିଗମ ୨ଲକ୍ଷ ୧୨ଲକ୍ଷ

ମେୟର ପଦବି କେଉଁ ବର୍ଗଙ୍କ ପାଇଁ
କ୍ର.ସଂ ମହାନଗର ନିଗମ ବର୍ଗ
୧. ଭୁବନେଶ୍ବର ମହାନଗର ନିଗମ ମହିଳା
୨. କଟକ ମହାନଗର ନିଗମ ସାଧାରଣ ବର୍ଗ
୩. ବ୍ରହ୍ମପୁର ମହାନଗର ନିଗମ ମହିଳା

କେବେ କ’ଣ
ଫେବ୍ରୁଆରି ୨୮ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିବେ
ମାର୍ଚ୍ଚ ୨ରୁ ୭ ନାମାଙ୍କନପତ୍ର ଦାଖଲ
ମାର୍ଚ୍ଚ ୯ ନାମାଙ୍କନପତ୍ର ଯାଞ୍ଚ
ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର
ମାର୍ଚ୍ଚ ୨୪ ଭୋଟ୍‌
ମାର୍ଚ୍ଚ ୨୬ ଭୋଟ୍‌ ଗଣତି ଏବଂ ଫଳାଫଳ ଘୋଷଣା
‌ଏପ୍ରିଲ ୭ ଉପାଧ୍ୟକ୍ଷ ନିର୍ବାଚନ
ଏପ୍ରିଲ ୮ ଡେପୁଟି ମେୟର ନିର୍ବାଚନ

The New Indian Express

 

କେଉଁ ପୌରାଧ୍ୟକ୍ଷ ପଦବି କେଉଁ ବର୍ଗ ପାଇଁ
୧. ଚାନ୍ଦବାଲି(ଏନ୍‌) ଏସ୍‌ସି (ମହିଳା)
୨. ବିଜେପୁର (ଏନ୍‌) ଏସ୍‌ସି (ମହିଳା)
୩. ରେମୁଣା(ଏନ୍‌) ଏସ୍‌ସି (ମହିଳା)
୪. ଦଶପଲ୍ଲା(ଏନ୍‌) ଏସ୍‌ସି (ମହିଳା)
୫. ପାରଳାଖେମୁଣ୍ଡି(ଏମ୍‌) ଏସ୍‌ସି (ମହିଳା)
୬. ପଦ୍ମପୁର(ଏନ୍‌) ଏସ୍‌ସି (ମହିଳା)
୭. ନୀଳଗିରି(ଏନ୍‌) ଏସ୍‌ସି (ମହିଳା)
୮. ତରଭା(ଏନ୍‌) ଏସ୍‌ସି (ମହିଳା)
୯. ପୋଲାସରା(ଏନ୍‌) ଏସ୍‌ସି (ମହିଳା)
୧୦. କୋରାପୁଟ (ଏମ୍‌) ଏସ୍‌ସି
୧୧. କବିସୂର୍ଯ୍ୟନଗର(ଏନ୍‌) ଏସ୍‌ସି
୧୨. ସୋରୋ(ଏମ୍‌) ଏସ୍‌ସି
୧୩. ଖଲିକୋଟ(ଏନ୍‌) ଏସ୍‌ସି
୧୪. ଝାରସୁଗୁଡ଼ା(ଏମ୍‌) ଏସ୍‌ସି
୧୫. ବେଲଗୁଣ୍ଠା(ଏନ୍‌) ଏସ୍‌ସି
୧୬. ଜଟଣୀ(ଏମ୍‌) ଏସ୍‌ସି
୧୭. ନବରଙ୍ଗପୁର(ଏମ୍‌) ଏସ୍‌ସି
୧୮. ବ୍ରଜରାଜନଗର(ଏମ୍‌) ଏସ୍‌ଟି(ମହିଳା)
୧୯. ଉମରକୋଟ(ଏମ୍‌) ଏସ୍‌ଟି(ମହିଳା)
୨୦. ଗୁଡ଼ାରି(ଏନ୍‌) ଏସ୍‌ଟି(ମହିଳା)
୨୧. ଆନନ୍ଦପୁର(ଏମ୍‌) ଏସ୍‌ଟି(ମହିଳା)
୨୨. ବ୍ୟାସନଗର(ଏମ୍‌) ଏସ୍‌ଟି(ମହିଳା)
୨୩. ବାଲିଗୁଡ଼ା(ଏନ୍‌) ଏସ୍‌ଟି
୨୪. ପାଟଣାଗଡ଼(ଏନ୍‌) ଏସ୍‌ଟି
୨୫. ବିନିକା(ଏନ୍‌) ଏସ୍‌ଟି
୨୬. ଜି.ଉଦୟଗିରି(ଏନ୍‌) ମହିଳା
୨୭. କାଶୀନଗର(ଏନ୍‌) ମହିଳା
୨୮. କରଞ୍ଜିଆ(ଏନ୍‌) ମହିଳା
୨୯. ଗୁଣୁପୁର(ଏମ୍‌) ମହିଳା
୩୦. ଖରିଆର ରୋଡ୍‌(ଏନ୍‌) ମହିଳା
୩୧. ବାସୁଦେବପୁର(ଏମ୍‌) ମହିଳା
୩୨. ଛତ୍ରପୁର(ଏନ୍‌) ମହିଳା
୩୩. ରମ୍ଭା(ଏନ୍‌) ମହିଳା
୩୪. ସୁନ୍ଦରଗଡ଼(ଏମ୍‌) ମହିଳା
୩୫. ଉଦଳା(ଏନ୍‌) ମହିଳା
୩୬. ଚିକିଟି(ଏନ୍‌) ମହିଳା
୩୭. ବାଲେଶ୍ବର(ଏମ୍‌) ମହିଳା
୩୮. ଟିଟିଲାଗଡ଼(ଏମ୍‌) ମହିଳା
୩୯. ଜଗତସିଂହପୁର(ଏମ୍‌) ମହିଳା
୪୦. ଭଦ୍ରକ(ଏମ୍‌) ମହିଳା
୪୧. ଯାଜପୁର(ଏମ୍‌) ମହିଳା
୪୨. ଧାମନଗର(ଏନ୍‌) ମହିଳା
୪୩. ବରଗଡ଼(ଏମ୍‌) ମହିଳା
୪୪. ପୁରୁଷୋତ୍ତମପୁର(ଏନ୍‌) ମହିଳା
୪୫. ନିମାପଡ଼ା(ଏନ୍‌) ମହିଳା
୪୬. ଭବାନିପାଟଣା(ଏମ୍‌) ମହିଳା
୪୭. ବଲାଙ୍ଗୀର(ଏମ୍‌) ମହିଳା
୪୮. କେନ୍ଦ୍ରାପଡ଼ା(ଏମ୍‌) ମହିଳା
୪୯. ସୋନପୁର(ଏମ୍‌) ମହିଳା
୫୦. କୋଣାର୍କ(ଏନ୍‌) ମହିଳା
୫୧. ଆଠଗଡ଼(ଏନ୍‌) ମହିଳା
୫୨. ଦେବଗଡ଼(ଏମ୍‌) ମହିଳା
୫୩. ରଣପୁର(ଏନ୍‌) ମହିଳା
୫୪. ନୟାଗଡ଼(ଏମ୍‌) ମହିଳା
୫୫. ଗଞ୍ଜାମ(ଏନ୍‌) ମହିଳା
୫୬. ଢେଙ୍କାନାଳ(ଏମ୍‌) ମହିଳା
୫୭. ଫୁଲବାଣୀ(ଏମ୍‌) ମହିଳା
୫୮. ଖୋର୍ଦ୍ଧା(ଏମ୍‌) ମହିଳା
୫୯. ବାଲୁଗାଁ(ଏନ୍‌) ମହିଳା
୬୦. କେନ୍ଦୁଝରଗଡ଼(ଏମ୍‌) ମହିଳା
୬୧. ଖଣ୍ଡପଡ଼ା(ଏନ୍‌) ମହିଳା
୬୨. ଚୌଦ୍ବାର(ଏମ୍‌) ମହିଳା
୬୩. ଆଠମଲ୍ଲିକ(ଏନ୍‌) ମହିଳା
୬୪. ବାଙ୍କି(ଏନ୍‌) ମହିଳା
୬୫. କୋଟପାଡ଼(ଏନ୍‌) ଅଣସଂରକ୍ଷିତ
୬୬. ରାଇରଙ୍ଗପୁର(ଏମ୍‌) ଅଣସଂରକ୍ଷିତ
୬୭. ଜୁନାଗଡ଼(ଏନ୍‌) ଅଣସଂରକ୍ଷିତ
୬୮. ‌େଗାପାଳପୁର(ଏନ୍‌) ଅଣସଂରକ୍ଷିତ
୬୯. ଜୟପୁର(ଏମ୍‌) ଅଣସଂରକ୍ଷିତ
୭୦. କୁଚିଣ୍ଡା(ଏନ୍‌) ଅଣସଂରକ୍ଷିତ
୭୧. ନୂଆପଡ଼ା(ଏନ୍‌) ଅଣସଂରକ୍ଷିତ
୭୨. ଭଞ୍ଜନଗର(ଏନ୍‌) ଅଣସଂରକ୍ଷିତ
୭୩. ବଡ଼ବିଲ(ଏମ୍‌) ଅଣସଂରକ୍ଷିତ
୭୪. ବାଣପୁର(ଏନ୍‌) ଅଣସଂରକ୍ଷିତ
୭୫. ବୀରମିତ୍ରପୁର(ଏମ୍‌) ଅଣସଂରକ୍ଷିତ
୭୬. ସୋରଡ଼ା(ଏନ୍‌) ଅଣସଂରକ୍ଷିତ
୭୭. ରାୟଗଡ଼ା(ଏମ୍‌) ଅଣସଂରକ୍ଷିତ
୭୮. ଦିଗପହଣ୍ଡି(ଏନ୍‌) ଅଣସଂରକ୍ଷିତ
୭୯. ଖରିଆର(ଏନ୍‌) ଅଣସଂରକ୍ଷିତ
୮୦. ବରପାଲି(ଏନ୍‌) ଅଣସଂରକ୍ଷିତ
୮୧. ପଟ୍ଟାମୁଣ୍ଡାଇ(ଏମ୍‌) ଅଣସଂରକ୍ଷିତ
୮୨. ଜଳେଶ୍ବର(ଏମ୍‌) ଅଣସଂରକ୍ଷିତ
୮୩. ଧର୍ମଗଡ଼(ଏନ୍‌) ଅଣସଂରକ୍ଷିତ
୮୪. ବାଲିମେଳା(ଏନ୍‌) ଅଣସଂରକ୍ଷିତ
୮୫. ରାଜଗାଙ୍ଗପୁର(ଏମ୍‌) ଅଣସଂରକ୍ଷିତ
୮୬. ଆସ୍କା(ଏନ୍‌) ଅଣସଂରକ୍ଷିତ
୮୭. କେସିଙ୍ଗା(ଏନ୍‌) ଅଣସଂରକ୍ଷିତ
୮୮. ବୁଗୁଡ଼ା(ଏନ୍‌) ଅଣସଂରକ୍ଷିତ
୮୯. ପିପିଲି(ଏନ୍‌) ଅଣସଂରକ୍ଷିତ
୯୦. ହିଞ୍ଜିଳିକାଟୁ(ଏମ୍‌) ଅଣସଂରକ୍ଷିତ
୯୧. ଯୋଡ଼ା(ଏମ୍‌) ଅଣସଂରକ୍ଷିତ
୯୨. ବୌଦ୍ଧଗଡ଼(ଏନ୍‌) ଅଣସଂରକ୍ଷିତ
୯୩. ତୁସୁରା(ଏନ୍‌) ଅଣସଂରକ୍ଷିତ
୯୪. କଣ୍ଟାବାଞ୍ଝି(ଏନ୍‌) ଅଣସଂରକ୍ଷିତ
୯୫. ରେଢ଼ାଖୋଲା(ଏନ୍‌) ଅଣସଂରକ୍ଷିତ
୯୬. ସୁନାବେଡ଼ା(ଏମ୍‌) ଅଣସଂରକ୍ଷିତ
୯୭. ବାରିପଦା(ଏମ୍‌) ଅଣସଂରକ୍ଷିତ
୯୮. କୋଦଳା(ଏନ୍‌) ଅଣସଂରକ୍ଷିତ
୯୯. ଭୁବନ(ଏନ୍‌) ଅଣସଂରକ୍ଷିତ
୧୦୦. ବେଲପାହାଡ(ଏମ୍‌) ଅଣସଂରକ୍ଷିତ
୧୦୧. କାମାକ୍ଷାନଗର(ଏନ୍‌) ଅଣସଂରକ୍ଷିତ
୧୦୨. ଚମ୍ପୁଆ(ଏନ୍‌) ଅଣସଂରକ୍ଷିତ
୧୦୩. ମାଲକାନଗିରି(ଏମ୍‌) ଅଣସଂରକ୍ଷିତ
୧୦୪. ତାଳଚେର(ଏମ୍‌) ଅଣସଂରକ୍ଷିତ
୧୦୫. ଅନୁଗୁଳ(ଏମ୍‌) ଅଣସଂରକ୍ଷିତ
୧୦୬. ପାରାଦୀପ(ଏମ୍‌) ଅଣସଂରକ୍ଷିତ

ସମ୍ବନ୍ଧିତ ଖବର