ଓକାକର ସିଇଓଙ୍କ ହ୍ବାଟସଆପ୍ ହ୍ୟାକ୍, ଏକାଉଣ୍ଟରୁ ୭ ଲକ୍ଷ ଟଙ୍କା ଲୁଟିନେଲେ

ଭୁବନେଶ୍ୱର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ)ର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଛି। ନମ୍ବର ହ୍ୟାକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଥିବାର ଖବର ମିଳିଛି। ଏନେଇ ଭୁବନେଶ୍ୱରର ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।

ଖବର ଅନୁଯାୟୀ, ଓକାକର ସିଇଓ ତଥା ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସ ଆପ ନମ୍ବର ହ୍ୟାକ୍ କରି ଅଫିସ୍ ଷ୍ଟାଫ୍ ଓ ସମ୍ପର୍କୀୟମାନଙ୍କୁ ନିଜ ପରିବାର ଡାକ୍ତରୀ ଚିକିତ୍ସା ପାଇଁ ହ୍ୟାକର ଟଙ୍କା ମାଗିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର