ରାଜ୍ୟ ମହିଳା ଆୟୋଗ ଜାରି କଲେ ହ୍ୱାଟସ୍ଆପ୍‌ ହେଲ୍ପଲାଇନ ନମ୍ବର

ଭୁବନେଶ୍ୱର: ମହିଳା ବିରୋଧ ହିଂସା ରୋକିବା ପାଇଁ ରାଜ୍ୟ ମହିଳା ଆୟୋଗ ପକ୍ଷରୁ ହ୍ୱାଟସ୍ଆପ୍‌ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଜାରି ହୋଇଥିବା ହ୍ୱାଟସ୍ଆପ୍‌ ନମ୍ବର ୮୭୬୩୫୪୩୦୧୩ । ମହିଳା ବିରୋଧୀ ହିଂସା ପ୍ରସଙ୍ଗରେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।

କରୋନା ମୁକାବିଲା ପାଇଁ ଲକଡାଉନ ଜାରି ରହିଥିବା ବେଳେ ଏହି ସମୟରେ ମହିଳାଙ୍କ ଉପରେ ଘରୋଇ ହିଂସା ହେବାର ଆଶଙ୍କା କରାଯାଉଛି । ତେଣୁ ଘରୋଇ ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗତକାଲି ଏହି ହ୍ୱାଟସ୍ଆପ୍‌ ନମ୍ବର ଜାରି ହୋଇଛି । ଘରୋଇ ହିଂସାର ସମ୍ମୁଖୀନ ହେଉଥିବା ମହିଳା ହ୍ୱାଟସ୍ଆପ୍‌ ନମ୍ବର ୭୨୫୦୦୬୦୩୯ରେ ଅଭିଯୋଗ କରିପାରିବେ । ମହିଳା ଓ ଶିଶୁ ବିକାଶ ବିଭାଗ ତାଲାବନ୍ଦ ସମୟରେ ଘରୋଇ ହିଂସା ବଢ଼ିବାର ଆଶଙ୍କା କରିଛି ।

ସମ୍ବନ୍ଧିତ ଖବର