ଭୁବନେଶ୍ବର : କେବିକେ ଅଞ୍ଚଳ ପାଇଁ ବଲାଙ୍ଗୀରରେ ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ୨୦୧୪ ମସିହାରେ ରାଜ୍ୟପାଳଙ୍କ ଜରିଆରେ ସରକାର ଗୃହରେ ପ୍ରତିଶ୍ରୁତି ରଖିଥିଲେ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଶନିବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ୨୦୧୯ ସୁଦ୍ଧା କୃଷି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ହୋଇଯିବ ବୋଲି ପୂର୍ବତନ କୃଷି ମନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ରଖଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ବି କରାଯାଇନାହିଁ। ତୁରନ୍ତ ବଲାଙ୍ଗୀରେ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର ଦାବି କରିଥିଲେ। ଖାଲିସେତିକି ନୁହେଁ ଲୋଇସିଂହାକୁ ଏନ୍ଏସି ମାନ୍ୟତା ଦେବା ପାଇଁ ସ୍ଥାନୀୟ ଲୋକମାନେ ବହୁ ଦିବରୁ ଦାବି କରିଆସୁଛନ୍ତି। ଜନମତକୁ ସମ୍ମାନ ଦେଇ ସରକାର ଏ ଦିଗରେ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।
ବଲାଙ୍ଗୀରରେ ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ କେବେ?
ଲୋଇସିଂହା ଏନ୍ଏସି ନେଇ କଲେ ଦାବି
/sambad/media/post_attachments/wp-content/uploads/2021/02/Poly-House-1-scaled-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)