ଶିଶୁପୁତ୍ରକୁ ବିକ୍ରି କରୁଥି‌ଲେ ବାପାମା’, ପ୍ରଶାସନ ପହଞ୍ଚି ଅଟକାଇଲା

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍‌ ବୋଦାପଳଶା ପଞ୍ଚାୟତ ଶଙ୍କରପୁର ଗ୍ରାମରେ ଜଣେ ବ୍ୟକ୍ତି ନିଜର ଶିଶୁପୁତ୍ରକୁ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ପ୍ରଶାସନ ପହଞ୍ଚି ବନ୍ଦ କରିଛି। ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ବୁଝାସୁଝା କରିବା ପରେ ଦମ୍ପତି ଶିଶୁର ଲାଳନପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁସାରେ, ପାରିବାରିକ ସମସ୍ୟା, ଅର୍ଥାଭାବ ଓ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଶଙ୍କରପୁର ଗ୍ରାମର ଏକ ଦମ୍ପତି ଶିଶୁଟିକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ। କେନ୍ଦୁଝର ସଦର ବିଡିଓ ଅଧିକାରୀ ବିଜୟ କୁମାର ସାହୁ ଏ ସମ୍ପର୍କରେ ଖବର ପାଇ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଜଣାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକଙ୍କ ନିର୍ଦେଶକ୍ରମେ ବିଭାଗର ଦୁଇଜଣ କର୍ମଚାରୀ ସୌମ୍ୟରଞ୍ଜନ ରଣା, ଝରଣା ଦାଶ ଓ ଶିଶୁ ମଙ୍ଗଳ ସମିତିର ସଦସ୍ୟ ରାଜଶ୍ରୀ ଉପାଧ୍ୟାୟ ଶଙ୍କରପୁର ଗ୍ରାମରେ ପହଞ୍ଚିଥିଲେ। ୱାର୍ଡମେମ୍ବର ନିରାକାର ମହାନ୍ତି, ସମିତିସଭ୍ୟା ପଦ୍ମିନୀ ରାୟ ଓ ପୁଲିସର ହସ୍ତକ୍ଷେପ ପରେ ବାପାମା’ ବୁଝିଥିଲେ। ଶିଶୁପୁତ୍ରକୁ ବିକ୍ରି ନ କରି ନିଜେ ଲାଳନପାଳନ କରିବେ ବୋଲି ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର