ପ୍ରସ୍ତାବ ଆସିଲେ ରତ୍ନଭଣ୍ଡାର ଖୋଲିବା ନେଇ ପଦକ୍ଷେପ ନିଆଯିବ: ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଖୋଲି ସେଥିରେ କେତେ ପରିମାଣର ସୁନା, ରୂପା, ହୀରା ଓ ଅନ୍ୟାନ୍ୟ ରତ୍ନାଦି ଅଳଙ୍କାର ଅଛି ତାହା ସୁମାରି କରିବା ପାଇଁ ପ୍ରସ୍ତାବ ହସ୍ତଗତ ହେଲେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି।

ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ପୁରୀ ଶ୍ରୀ ଜଗନ୍ନାଥଙ୍କ ନାମରେ ରାଜ୍ୟର ୨୪ଟି ଜିଲ୍ଲାରେ ସାବିକ ବନ୍ଦୋବସ୍ତ ରେକର୍ଡ ଅନୁଯାୟୀ ୬୦,୪୨୬.୯୪୩ଏକର ଜମି ଥିବା ନେଇ ଚିହ୍ନଟ ହୋଇଛି। ଏଥିରୁ ୩୪୩.୬୫୬ ଏକର ଜମି ବିକ୍ରି କରାଯାଇଛି। ୭୬୫.୫୦୫୫ ଏକର ଜମି ବିଭିନ୍ନ ପ୍ରକଳ୍ପ ନିମନ୍ତେ ଭୂ-ଅଧିଗ୍ରହଣ ହୋଇଛି। ଏଥିରୁ ମିଳିଥିବା ଅର୍ଥ ଶ୍ରୀମନ୍ଦିର ପାଣ୍ଠିରେ ଜମା କରାଯାଇଛି।

ସେହିପରି ରାଜ୍ୟରେ ଥିବା ଜମିଜମାରୁ ରାଜଭୋଗ, ଖଣି, ତୋଟାବଗିଚା‌ ଓ ଖମାର ଆଦିରୁ ୨୦୨୧-୨୧ରେ ଆର୍ଥିକ ବର୍ଷରେ ମୋଟ୍ ୬୧କୋଟି ୭୩ଲକ୍ଷ ୭୫ହଜାର ୪୯୭ଟଙ୍କା ଆୟ ହୋଇଛି। ରାଜ୍ୟ ବାହାରେ ଥିବା ଜମିଜମାରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୧୧,୩୬୫ଟଙ୍କା ରାଜଭାଗ ବାବଦକୁ ଆଦାୟ ହୋଇ ଶ୍ରୀମନ୍ଦିର ପାଣ୍ଠିରେ ଜମା କରାଯାଇଛି।

ସମ୍ବନ୍ଧିତ ଖବର