ଶବ ବ୍ୟବଚ୍ଚେଦ ପାଇଁ ଯିବାକୁ ପଡ଼ୁଛି ୮୦ କିମି, ମୋହନା ଠାରେ ଜିଲ୍ଲାର ଦ୍ବିତୀୟ ଶବ ବ୍ୟବଚ୍ଛେଦ କେନ୍ଦ୍ର ପ୍ରତିଷ୍ଠା କେବେ?

ଚନ୍ଦ୍ରଗିରି: ଦୁର୍ଗମ ଆଦିବାସୀ ଅଧୁଷିତ ଗଜପତି ଜିଲ୍ଲାର ସାତ ଗୋଟି ବ୍ଳକ୍‌ ମଧୢରୁ ମୋହନା ବ୍ଳକ୍‌ର ସ୍ଥାନ ଗଜପତି ଜିଲ୍ଲା ମାନଚିତ୍ରରେ ସତନ୍ତ୍ର ସ୍ଥାନ ଅଧିକାର ଗ୍ରହଣ କରିଛି ସଦା ସର୍ବଦା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବାଣିଜ୍ୟ ଓ ରାଜନୈତିକ ଦୃଷ୍ଟିକୋଣରୁ ଚର୍ଚ୍ଚାରେ ରହି ଆସୁଥିବା ମୋହନା ବ୍ଳକ୍‌ ଗଜପତି ଜିଲ୍ଲାର ସବୁଠାରୁ ବଡ଼ ବ୍ଳକ୍‌ ଏବ˚ ଏହା ୩୯ ପ˚ଚାୟତକୁ ନେଇ ଗଠିତ। ୫୦୭ରୁ ଅଧିକ ରାଜ୍ବସ ଏବ˚ ପଡ଼ା ଗ୍ରାମକୁ ନେଇ ଗଠିତ ଏହି ବ୍ଳକ୍‌ରେ ୧ ଲକ୍ଷରୁ ଅଧିକ ଜନସାଧାରଣ ବାସକରନ୍ତି। କିନ୍ତୁ, ବିକାଶଧାରାର ବହୁ ପଛରେ ପଡ଼ି ଯାଇଛି ଏହି ବ୍ଳକ୍‌। ଦୃଢ ନେତୃତର ଅଭାବ ହେଉ କିମ୍ବା କୌଣସି କାରଣ ହେଉ ମୋହନା ବ୍ଳକ୍‌ର ବିକାଶ ସ˚କ୍ରାନ୍ତ ଦାବି ରାଜ୍ୟ ସ୍ତରରେ ପହ˚ଚି ପାରୁନାହିଁ । ଫଳରେ ମୋହନା ବ୍ଳକ୍‌ର କୌଣସି ବୃହତ ପ୍ରକଳ୍ପ ଓ ଯୋଜନା ସ˚ପୂର୍ଣ୍ଣ ହେବାରେ ବହୁ ବିଳମ୍ବ ଘଟିବା ସହ ବହୁ ଆନୁଷଙ୍ଗିକ ସୁବିଧା ସୁଯୋଗର ଅଭାବ ରହିଥିବା ଦେଖିବାକୁ ମିଳୁଛି। ବର୍ଷ ବର୍ଷ ଗଡ଼ି ଯାଉଥିଲେ ମଧ୍ୟ କ୍ରମବର୍ଦ୍ଧି‌ଷ୍ଣୁ ଏହି ବ୍ଳକ୍‌ ଦୃଢ ବିକାଶ ସହ ତାଳ ଦେବାରେ ଢେର ପଛେଇ ଯାଇଛି ।

୩,୮୫୦ ବର୍ଗ କିମି ଗଜପତି ଜ ୭ଗୋଟି ବ୍ଳକ୍‌ର ୧୪୯ ପ˚ଚାୟତ, ୧୧ ପୁଲିସ୍‌ ଥାନା , ଗୋଟିଏ ମ୍ୟୁନିସିପାଲଟି, ଗୋଟିଏ ବିଜ୍ଞାପିତ ଅ˚ଚଳ ପରିଷଦ ଏବ˚ ରାଜ୍ବସ ଏବ˚ ଅଣ ରାଜସ୍ବ ବହୁ ପଡ଼ା ଗ୍ରାମକୁ ନେଇ ଗଠିତ ଗଜପତି ଜିଲ୍ଲାରେ କୌଣସି ଅପମୃତ୍ୟୁ, ଦୃର୍ଘଟଣା, ହତ୍ୟା, ଆତ୍ମହତ୍ୟା ଘଟିଲେ ଶବ ବ୍ୟବଚ୍ଛେଦ କରିବା ପାଇଁ ପାରଳାଖେମୁଣ୍ତି ଜିଲ୍ଲା ଚିକିତ୍ସାଳୟର ଏକ ମାତ୍ର ଶବ ବ୍ୟବ‌େଚ୍ଛଦ କେନ୍ଦ୍ର ଉପରେ ସମ୍ପୂଣ୍ଣ ଭାବେ ଗଜପତି ଜିଲ୍ଲା ଚିକିତ୍ସାଳୟରେ କେବଳ ରହିଛି ଏକ ମାତ୍ର ଶବ ବ୍ୟବଚ୍ଛେଦ ବ୍ୟବସ୍ଥା । ସମଗ୍ର ସାତ ଗୋଟି ବ୍ଳକ୍‌ର କୌଣସି ସ୍ଥାନରେ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ର ନାହିଁ । ଏଣୁ ସବୁ ସମୟରେ ସାଧାରଣ ଲୋକମାନେ ଶବ ବ୍ୟବଚ୍ଛେଦ ପାଇଁ ୮୦କିମି ଦୂର ଗ˚ଜାମ ଜିଲ୍ଲାର ବ୍ରହ୍ମପୁର ବଡ଼ ମେଡ଼ିକାଲ ଅବା ୯୦ କିମି ଦୂର ପାରଳାଖେମୁଣ୍ତି ଜିଲ୍ଲା ଚିକିତ୍ସାଳୟକୁ ଯାଇ ଅସୁବିଧାର ସମ୍ମୁଖୀନ ହେବା ସହ ବହୁ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଦୀର୍ଘ ଦିନ ଧରି ଦ୍ବିତୀୟ ଶବ ବ୍ୟବଚ୍ଛେଦ କେନ୍ଦ୍ର ମୋହନା ଠାରେ କିମ୍ବା ଗଜପତି ଜିଲ୍ଲାର ଦ୍ବିତୀୟ ସର୍ବ ବୃହତ ୭୨ ଶଯ୍ୟା ବିଶିଷ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି ଠାରେ ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲେ ମଧୢ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏଣୁ, ଅଞ୍ଚଳବାସୀଙ୍କ ହିତକୁ ଦୃଷ୍ଟିରେ ରଖି ମୋହନା ବ୍ଳକ୍‌ରେ ଜିଲ୍ଲାର ଦ୍ବିତୀୟ ଶବ ବ୍ୟବଚ୍ଚେଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ଲୋକ ପ୍ରତିନିଧି ଓ ଗଜପତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅ˚ଚଳବାସୀ ଦାବି ହୋଇଛି।

ସମ୍ବନ୍ଧିତ ଖବର