ମାଲକାନଗିରି: ମାଲକାନଗିରି ଜିଲ୍ଲା ପାଇଁ ସରକାର ବହୁ ବିକାଶ କରିଛନ୍ତି। କିନ୍ତୁ ନିର୍ବାଚନକୁ ଆଖିଆଗରେ ରଖି ଯେଉଁ ଏୟାରପୋର୍ଟକୁ ତରବରିଆ ଭାବେ ଉଦଘାଟନ କରାଗଲା ତାକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏହି ଏୟାରପୋର୍ଟ ଏତିକିରେ ରହିବ ନା ଆଗକୁ ଲୋକେ ଏହାର ସୁବିଧା ପାଇବେ ବୋଲି ପ୍ରଶ୍ନ ଉଠୁଛି।ଗତ ଜାନୁୟାରି ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଏୟାର ପୋର୍ଟକୁ ଉଦଘାଟନ କରିଥିଲେ। ଭିତ୍ତିଭୁମୀ ନଥିଲେ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଜିଲ୍ଲାର ବିକାଶରେ ସହଯୋଗ କରିଆସୁଥିବା ଦର୍ଶାଇଥିଲେ। କେବଳ ରନଵେ ଏବଂ ବିମାନ ବନ୍ଦରର କଠୋରୀ ନିର୍ମାଣକରି ଉଦଘାଟନ କରିଦିଆଗଲା।ଏଠାରେ କୁହାଗଲା ଯେ ମାଲକାଗିରି ଆକାଶପଥ ମାନଚିତ୍ରରେ ସ୍ଥାନିତ ହେଲା।ପୁଣି ମାଲକାନଗିରି ଜିଲ୍ଲା ଓ ଆଖପାଖ ଅଂଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ।୭୦ କୋଟି ଟଂକା ବ୍ୟୟରେ ୨୧୩ ଏକର ଜମିରେ ଏହି ବିମାନ ବନ୍ଦର ନିର୍ମାଣ ହୋଇଥିବା ବେଳେ ୧୬୨୦ ମିଟର ଦୈର୍ଘ୍ୟ ଓ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ରନଵେ ନିର୍ମାଣ ହୋଇଛି। ଏବେ ବି ୫୦ ପ୍ରତିଶତ କାମ ସରିନି।ଶହେ ପ୍ରତିଶତ କାମ ସରିବା ପରେ ହିଁ ଡିଜିସିଏ ତଦନ୍ତ କରିବା ପରେ ଲାଇସେନସ ପ୍ରଦାନ କରିବ।
ଆଜି ବି ରନୱେ ଶହେ ପ୍ରତିଶତ ସଂପୂର୍ଣ୍ଣ ହୋଇ ନାହିଁ।କିନ୍ତୁ ଏହା କେବଳ ନିର୍ବାଚନ ବେଳେ ଘନ ଘନ ନେତାଙ୍କ ଆଗମନ ପାଇଁ ସୁବିଧା ହୋଇଥିଲା।ଏହି ବିମାନ ବନ୍ଦରରେ ୯ ସିଟ ଓ ୨୦ ସିଟ ବାଲା ବିମାନଗୁଡିକ ଅବତରଣ କରିପାରିଥିଲା।ଯାହା ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ହୋଇପାରିନଥାନ୍ତା।କାରଣ ସବୁ ସମୟରେ ମନ୍ତ୍ରୀ କିମ୍ବା ଉଚ୍ଚ ପଦାଧିକାରୀମାନେ ହେଲିକେପ୍ଟର ଯୋଗେ ଏମଭି-୩ ସ୍ଥିତ ବିଏସଏଫ କ୍ୟାମ୍ପରେ ଥିବା ହେଲିପେଡରେ ଓହ୍ଲାଇଥାନ୍ତି। ଅତି ତରବରିଆ ଭାବେ ଏହି ବିମାନ ବନ୍ଦର ନିର୍ମାଣ ହେଉଥିବାରୁ ଏହାର ସ୍ଥାୟୀତ୍ବ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। କାରଣ ଏହାର ପାଚେରୀ ନିର୍ମାଣ କେତେ ମଜବୁତ ଥିଲା ତାହା ୪ ଜଣ ଲୋକଙ୍କ ମୃତ୍ୟୁ ପ୍ରମାଣିତ କରିଥିଲା।କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଯେଉଁ ପଦକ୍ଷେପ ନେଲେ ତାହା ସଫଳ ହେଲା ନାହଁ।ଜିଲ୍ଲାର ଦୁଇଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡି ଶୋଚନୀୟ ପରାସ୍ତ ହେଲା।ତେବେ ଏବେ ସରକାର ବଦଳିଛି। ଏହି ଏୟାରପୋର୍ଟର ଭାଗ୍ୟ ନୂଆ ସରକାରଙ୍କ ଉପରେ।ସରକାର ଏହାର ଭିତ୍ତିଭୁମିକୁ ତରାନ୍ବିତ କରିବେ ନା ଏଭଳି ଅଧପନ୍ତରିଆରେ ଛାଡିଦେବେ ତାକୁ ନେଇ ବଡ ପ୍ରଶ୍ନ ଉଠିଛି।୩୦ ନମ୍ବର ଜିଲ୍ଲାର ଲୋକେ ଆକାଶ ପଥରେ ଉଡିବା ସହ କିଛି କ୍ଷଣ ମଧ୍ୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ଯେଉଁ ସ୍ବପ୍ନ ଦେଖିଛନ୍ତ, ତାହା କେବେ ପୂରଣ ହେବ ଦେଖିବାକୁ ବାକି ରହିଲା।